www.samajalive.in
Friday, December 5, 2025
26.1 C
Bhubaneswar

ସଉକ ପାଇଁ ଚୋରି କରୁଥିଲେ ଦାମୀ ବାଇକ୍, ବନ୍ଧା ହେଲେ…

କେନ୍ଦୁଝର: ସଉକ ପାଇଁ ଚୋରି କରୁଥିଲେ ଦାମୀ ବାଇକ୍ , ଧରାପଡିଲେ। କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ପୁଲିସ୍ ଏହି ଘଟଣାରେ ୪ଜଣ ଇଞ୍ଜିନିୟରିଂ ଛାତ୍ର ଏବଂ ଚୋରି କାର୍ଯ୍ୟରେ ସହଯୋଗ କରୁଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ କିଛି ହେଲା ବାରମ୍ବାର ଟାଉନ ଥାନା ଅଞ୍ଚଳରୁ ବହୁ ଦାମୀ ବାଇକ୍ ଚୋରି ହେଉଥିଲା। ଯାହା ପୁଲିସ୍ ପାଇଁ ଏକ ଚ୍ୟାଲେଞ୍ଜ ସାଜିଥିଲା। ଏ ନେଇ ସ୍ଥାନୀୟ ଲୋକ ବାରମ୍ବାର ଥାନାରେ ଅଭିଯୋଗ କରିବା ସତ୍ବେ ପୁଲିସ ବାଇକ୍ ଚୋର ମାନଙ୍କୁ ଧରିବାରେ ବିଫଳ ହୋଇଥିଲା। ଦୀର୍ଘ ଦିନରୁ ଖୋଜାଖୋଜି କରିବା ପରେ ପୁଲିସ୍ ଶେଷରେ ୪ଜଣ ଇଞ୍ଜିନିୟରିଂ ଛାତ୍ରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ଏବଂ ରାଜୀବ ଗୋପ ନାମକ ଜଣେ ବ୍ୟକ୍ତି ଛାତ୍ର ମାନଙ୍କୁ ବାଇକ ଚୋରି କାର୍ଯ୍ୟରେ ସାହାଯ୍ୟ କରୁଥିବା ଜାଣିବାକୁ ପାଇଥିଲା।  ତେବେ ପୁଲିସ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ଏବଂ ଏହି ଘଟଣାରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ତାର ଖୋଳତାଡ଼ ଆରମ୍ଭ କରିଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories