www.samajalive.in
Saturday, December 6, 2025
26.1 C
Bhubaneswar

୫୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ପୂରିଲା

ନୂଆଦିଲ୍ଲୀ : ରାଜ୍ୟସଭାର ୫୪ ସାଂସଦଙ୍କ କାର୍ଯ୍ୟକାଳ ବୁଧବାର ସୁଦ୍ଧା ପୂରିଯାଉଛି। ଅବସର ନେଉଥିବା ଏହି ସାଂସଦଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହଙ୍କ ସମେତ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଭୂପେନ୍ଦ୍ର ଯାଦବ ସାମିଲ ଅଛନ୍ତି। ଅପରପକ୍ଷରେ ୭ କେନ୍ଦ୍ରମନ୍ତ୍ରୀ ଯଥା ଧର୍ମେନ୍ଦ୍ର ପ୍ରଧାନ, ମନସୁଖ ମାଣ୍ଡ୍‌ଭିୟା, ପୁରୁଷୋତ୍ତମ ରୁପାଲା, ରାଜୀବ ଚନ୍ଦ୍ରଶେଖର, ଭି.ମୁରଲୀଧରନ, ନାରାୟଣ ରାଣେ ଓ ଏଲ.ମୁରୁଗାନଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହୋଇଛି। ଅବସର ନେଇଥିବା ଅନ୍ୟ ସାଂସଦଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ଜୟା ବଚ୍ଚନ ଓ ଆରଜେଡିର ମନୋଜ ଝା ଏବଂ କଂଗ୍ରେସର ଅଭିଷେକ ମନୁ ସିଂଘଭୀ ଅନ୍ୟତମ। ଜୟା ଓ ମନୋଜଙ୍କୁ ସେମାନଙ୍କ ଦଳ ପୁଣି ଥରେ ରାଜ୍ୟସଭାକୁ ପଠାଇଥିବାବେଳେ ନିକଟରେ କ୍ରସ ଭୋଟିଂ ଯୋଗୁଁ ସିଂଘଭୀ ରାଜ୍ୟସଭା ନିର୍ବାଚନରେ ପରାଜିତ ହୋଇଛନ୍ତି। ରାଜ୍ୟସଭାରୁ ଅବସର ନେଇଥିବା ୭ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରୁ କେବଳ ଅଶ୍ବିନୀ ବୈଷ୍ଣବଙ୍କୁ ବାଦ ଦେଇ ଅନ୍ୟମାନେ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି।

Hot this week

ସ୍ୱାମୀ ହତ୍ୟାକରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories