www.samajalive.in
Saturday, December 6, 2025
26.1 C
Bhubaneswar

କଖାରୁରୁ ପ୍ରସ୍ତୁତ କରନ୍ତୁ ଫେସପ୍ୟାକ୍‌‌ ଓ ସ୍କ୍ରବ୍‌‌: ଏମିତି ହେବ ଆପଣଙ୍କ ତ୍ୱଚା

ସମାଜ ଡିଜିଟାଲ ଡେସ୍କ: କଖାରୁ ଖାଇବାକୁ ଅନେକ ଲୋକଙ୍କୁ ଭଲ ଲାଗିନଥାଏ। ହେଲେ ସବୁ ଋତୁରେ ଏହା ଉପଲବ୍ଧ ହୋଇଥାଏ। ଯଦି ଆପଣ ଏହାକୁ ଖାଇବାକୁ ପସନ୍ଦ କରୁନାହାଁନ୍ତି ତେବେ ତ୍ୱଚାରେ ବ୍ୟବହାର କରିବା ଦ୍ୱାରା ତ୍ୱଚା ଚମକିଥାଏ। କଖାରୁ ଖାଇବା ଦ୍ୱାରା ଅନେକ ରୋଗରୁ ଉପଶମ ମିଳିବା ସହିତ ଆପଣଙ୍କ ସ୍କିନ୍‌‌ ଚିକ୍କଣ ହୋଇଥାଏ। ବିଶେଷ କରି ଗ୍ରୀଷ୍ମ ଋତୁରେ କଖାରୁରୁ ଏକ ଫେସ୍‌‌ପ୍ୟାକ୍‌‌ ପ୍ରସ୍ତୁତ କରି ତ୍ୱଚାରେ ଲଗାନ୍ତୁ। ଏହାଦ୍ୱାରା ଗ୍ରୀଷ୍ମ ଋତୁରେ ତ୍ୱଚାରେ ଦେଖାଯାଉଥିବା ସମସ୍ୟା ଠାରୁ ଦୂରେଇ ରହିବେ। ତେବେ ଚାଲନ୍ତୁ ଜାଣିବା ତ୍ୱଚାରେ ଏହାକୁ କେମିତି ବ୍ୟବହାର କରିବା।
ତ୍ୱଚାରେ ଚମକ ଆଣିବା ପାଇଁ ପ୍ରାୟ ସମସ୍ତେ ଝିଅ ମାନେ ଅନେକ ପ୍ରକାରର କସମେଟିକ୍‌‌ ସାମଗ୍ରୀ ବ୍ୟବହାର କରିଥାନ୍ତି। କିନ୍ତୁ ପ୍ରାକୃତିକ ଉପାୟରେ ଚମକ ଆଣିବା ଦ୍ୱାରା ତ୍ୱଚାରେ ଉଜ୍ୱଳ ଆସିଥାଏ। କେହି କେହି ମୁହଁରେ କାକୁଡି, ଆଳୁ, ଟମାଟୋ ଇତ୍ୟାଦି ପ୍ରୟୋଗ କରିଥାନ୍ତି। କିନ୍ତୁ କେବେ କଖାରୁରୁ ଫେସପ୍ୟାକ୍‌‌ ଏବଂ ସ୍କ୍ରବ୍‌‌ କରିବାକୁ ପ୍ରୟାସ କରନ୍ତୁ। କଖାରୁରୁ ଭିଟାମିନ୍‌‌, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଯାହା ଚର୍ମ ଏବଂ କେଶ ପାଇଁ ଅନେକ ଲାଭଦାୟକ ହୋଇଥାଏ। ତ୍ୱଚାରେ ଟ୍ୟାନ ହଟାଇବା ଏବଂ ସୂର୍ଯ୍ୟକିରଣରୁ ତ୍ୱଚାରେ ପଡୁଥିବା ପ୍ରଭାବକୁ କମ କରିଥାଏ। ଏହାସହିତ ତ୍ୱଚାରେ ଅଳ୍ପ ବୟସରୁ ପଡୁଥିବା ଦାଗ, କୁଞ୍ଜନ, ପିଗମେଣ୍ଟସନ୍‌‌ ଏବଂ ସୂକ୍ଷ୍ମ ରେଖାକୁ ରୋକିଥାଏ।
ଯଦି ଆପଣ ତ୍ୱଚାରେ ଚମକ ଆଣିବାକୁ ଚାହୁଁଛନ୍ତି ତେବେ ପ୍ରଥମେ କଖାରୁରୁ ମଞ୍ଜି ସବୁ ବାହାର କରି ଦିଅନ୍ତୁ। ଖଣ୍ଡ ଖଣ୍ଡ କରି କାଟି ଗ୍ରାଇଣ୍ଡରେ ଭଲ ଭାବରେ ମକ୍ଟଳର କରିଦିଅନ୍ତୁ। ସେଥିରେ ମହୁ ଏବଂ କ୍ଷୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। କଖାରୁରେ ଏନଜାଇମ୍‌‌ ଏବଂ ଆଲଫା ହାଇଡ୍ରୋକ୍ସି ଏସିଡ୍‌‌ ରହିଛି। ଯାହା ତ୍ୱଚାକୁ ଚମକାଇଥାଏ। ତ୍ୱଚାରେ ମୁ ଆଦ୍ରତା ବଜାୟ ରଖିବା ସହ କ୍ଷୀର ତ୍ୱଚାକୁ ପୋଷଣ ଯୋଗାଏ। ଏହି ଫେସ୍‌‌ ମାସ୍କ ଲଗାଇବା ପୂର୍ବରୁ ମୁହଁକୁ ଭଲ ପାଣିରେ ଧୋଇ ସଫା କରନ୍ତୁ। ମାସ୍କ ଲଗାଇ ୨୦ରୁ ୨୫ମିନିଟ ପର୍ଯ୍ୟନ୍ତ ରଖନ୍ତୁ, ତା ପରେ ଧୋଇ ସଫା କରିଦିଅନ୍ତୁ।
ଆପଣ ଘରେ ସହଜ ଉପାୟରେ କଖାରୁରୁ ସ୍କ୍ରବ୍‌‌ କ୍ରିମ୍‌‌ ପ୍ରସ୍ତୁତ କରିପାରିବେ। କଖାରୁରୁ ମଞ୍ଜି ବାହାର କରି ଏକା ଗ୍ରାଇଣ୍ଡରେ ପେଷ୍ଟ ପ୍ରସ୍ତୁତ କରନ୍ତୁ। ସେଥିରେ କିଛି ବ୍ରାଉନ ସୁଗାର ଏବଂ ଅଲିଭ ତେଲ ପକାଇ ମିଶାନ୍ତୁ। କିଛି ସମୟ ରଖନ୍ତୁ। ଏହାକୁ ମୁହଁରେ ସ୍କ୍ରବ୍‌‌ ଭାବେ ବ୍ୟବହାର କରିବା ଦ୍ୱାରା ତ୍ୱଚା ଚମକିବା ସହ କୋମଳ ଏବଂ ଚିକ୍କଣ ହୋଇଥାଏ। ଏହି ସ୍କ୍ରବକୁ ଆପଣ ପୁରା ଶରୀରରେ ବ୍ୟବହାର କରିପାରିବେ।

 

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories