mission shakti banner

ଆଇପିଏଲ୍‌ ଆୟୋଜନକୁ ରଜନୀକାନ୍ତଙ୍କ ନାପସନ୍ଦ

nua o banner
0

ଚେନ୍ନାଇ, ତାମିଲ୍‌ନାଡ଼ୁ ଓ କର୍ଣ୍ଣାଟକ ମଧ୍ୟରେ କାବେରୀ ନଦୀ ଜଳ ଆବଣ୍ଟନକୁ ନେଇ ଚାଲିଥିବା ବିରୋଧାଭାସ ଓ ଚେନ୍ନାଇ ପରିଚାଳନା ବୋର୍ଡ ଗଠନ ଦାବିରେ ଚାଲିଥିବା ଆନେ୍ଦାଳନକୁ ତାମିଲନାଡ଼ୁର ବହୁ କିମ୍ବଦନ୍ତୀ ତାରକା ସମର୍ଥନ କରିଛନ୍ତି । ରଜନୀକାନ୍ତ, କମଲ ହାସନ, ଇଲାଇ ରାଜା, ଧନୁଷ, ବିଶାଳ, ସୂର୍ଯ୍ୟା ପ୍ରମୁଖ ତାରକାମାନଙ୍କୁ ଆଜି ଆନେ୍ଦାଳନରେ ଦେଖିବାକୁ ମିଳିଥିଲା । ଏଭଳି ଏକ ସମ୍ବେଦନଶୀଳ ସମୟରେ ଚେନ୍ନାଇରେ ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ ଆୟୋଜନକୁ ରଜନୀକାନ୍ତ ନାପସନ୍ଦ କରିଛନ୍ତି । ଅନ୍ତତଃ ପକ୍ଷେ ଚେନ୍ନାଇ ସୁପରକିଙ୍ଗର ଖେଳାଳି ଏବଂ ତାଙ୍କ ସମର୍ଥକ ମାନେ ମ୍ୟାଚ୍‌ ବେଳେ କଳାବ୍ୟାଜ୍‌ ପିନ୍ଧିବା ପାଇଁ ରଜନୀକାନ୍ତ ପ୍ରସ୍ତାବ ଦେଇଛନ୍ତି । କମଲ ହାସନ୍‌ ଦେଇଥିବା ଟିପ୍ପଣୀ ସମ୍ପର୍କରେ ରଜନୀକାନ୍ତ କହିଛନ୍ତି ଯେ ବେକାରୀ ଓ ଗରିବୀ ବ୍ୟତୀତ ତାଙ୍କର ଆଉ କେହି ଶତ୍ରୁ ନାହାନ୍ତି ।

Leave A Reply