ଶୋକ ସମ୍ବାଦ

କଟକ : ଆକାଶବାଣୀ ଓ ଦୂରଦର୍ଶନର ବରିଷ୍ଠ ସମ୍ବାଦ ପାଠକ ଚନ୍ଦନ ଘୋଷଙ୍କ ମାତା ରାଜଲକ୍ଷ୍ମୀ ଘୋଷଙ୍କର କଟକ ବାମ୍ଫିସାହି ସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। କଟକ ଖାନନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏକମାତ୍ର ପୁତ୍ର ଚନ୍ଦନ ମୁଖାଗ୍ନି ଦେଇଥିଲେ।
ସେ ଗତ ଦୁଇମାସ ହେବ ଅସୁସ୍ଥ ଥିଲେ। ସେ ଜଣେ ପରୋପକାରୀ, ଧର୍ମପରାୟଣା ଓ ମିଷ୍ଟଭାଷୀ ମହିଳା ଥିଲେ। ପୂର୍ବରୁ ତାଙ୍କର ସ୍ୱାମୀ ତଥା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପ-ସଚିବ କାଳୀ କିଙ୍କର ଘୋଷଙ୍କର ପରଲୋକ ଘଟିଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ରବଧୁ ଅର୍ପିତା, ନାତି ରୁଦ୍ର ମାଧବ, ଦୁଇ ଦିଅର ଓ ଯାଆ ଉପସ୍ଥିତ ଥିଲେ।

Comments are closed.