www.samajalive.in
Saturday, December 6, 2025
14.1 C
Bhubaneswar

ବର୍ଷାଦିନେ ସ୍ବାସ୍ଥ୍ୟର ଯତ୍ନ …

ବର୍ଷାଦି​‌ନେ ସ୍ବାସ୍ଥ୍ୟର ଯତ୍ନ ନେବା ଉଚିତ। କାରଣ ବର୍ଷା ଦିନେ ରୋଗ ସଂକ୍ରମଣ ହେବାର ଅନେକ ସମ୍ଭାବନା ରହିଥାଏ। ବେଳେବେଳେ ବର୍ଷାରେ ଭିଜିବା ଦ୍ବାରା ସାମାନ୍ୟ ଥଣ୍ଡା ଓ ଜ୍ବର ହୋଇଯାଏ। ରୋଗ ଜଣଙ୍କ ଠାରୁ ଅନ୍ୟ ଜଣଙ୍କ ନିକଟକୁ ଖୁବ ଶୀଘ୍ର ମଧ୍ୟ ସଂକ୍ରମିତ ହୋଇଥାଏ। ତେଣୁ ବର୍ଷାଦିନେ ନିଜ ଶରୀରର ଯତ୍ନ ନେବା ସହ ଖାଦ୍ୟ ଓ ପାନୀୟରେ ମଧ୍ୟ ସଚେତନ ହେବା ଉଚିତ।

ଆସନ୍ତୁ ଜାଣିବା ବର୍ଷାଦିନେ କେଉଁ ଖାଦ୍ୟ ଖାଇବା ଉଚିତ …ସୁପ୍:

- Advertisement -

କିଛି ଲୋକ ବର୍ଷାଦିନେ ବାହାରର ଖାଦ୍ୟ ଖାଇଥାନ୍ତି। ଏହାଦ୍ବାରା ଶରୀରର ଖରାପ ହୋଇଥାଏ। ବର୍ଷାଦିନେ ବାହାରର ଫାଷ୍ଟଫୁଡ ବଦଳରେ ସୁପ ପିଇବା ଉଚିତ। କାରଣ ଏହା ଥଣ୍ଡା, ଜ୍ବର ଓ କାଶରୁ ରକ୍ଷା କରିଥାଏ। ସୁପରେ ଭରପୂର ମାତ୍ରାରେ ଭିଟାମିନ ରହିଛି।

ସିଝା ପନିପରିବା:

ବର୍ଷାଦିନେ ସିଝା ପରିବା ଖାଇବା ଉଚିତ। ପନିପରିବାକୁ ଅଳ୍ପ ସିଝାଇ କରି ଖାଇବା ଦ୍ବାରା ଶରୀରକୁ ସମସ୍ତ ପୋଷକ ମିଳିଥାଏ। ଏହାଦ୍ବାରା ଶରୀରକୁ କ୍ଷତି ପହଞ୍ଚାଉଥିବା ଜୀବାଣୁ ନଷ୍ଟ ହୋଇଥାଏ। ସିଝା ପରିବା ଖାଇବା ଦ୍ବାରା ସ୍ବାସ୍ଥ୍ୟ ମଧ୍ୟ ଭଲ ରହିଥାଏ।  ପତ୍ର ଥିବା ପରିବା ଖାଆନ୍ତୁ ନାହିଁ:

ବର୍ଷାଦିନେ ପତ୍ର ଥିବା ପରିବା ଯେପରି – ପାଳକ, କୋବି ଇତ୍ୟାଦି ଖାଆନ୍ତୁ ନାହିଁ। ଏହାସହ କାକୁଡି, ଟମାଟର ଖାଆନ୍ତୁ।

ଡ୍ରାଏ ଫୁଡ୍:

ବର୍ଷାଦିନେ ଡ୍ରାଏ ଫୁଡ୍ ଅତ୍ୟଧିକ ଖାଇବା ଉଚିତ। ଏହା ଶରୀରକୁ ପୋଷଣ ଦେଇଥାଏ। ଶରୀରକୁ ସମସ୍ତ ପ୍ରକାର ରୋଗରୁ ମଧ୍ୟ ରକ୍ଷା କରିଥାଏ।ତୁଳସୀ ଚାହା:

ବର୍ଷାଦିନେ ରୋଗ ସଂକ୍ରମଣ ହେବାର ଅନେକ ସମ୍ଭାବନା ରହିଥାଏ। ଏହି ସମୟରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମି ଯାଇଥାଏ ଯାହାଦ୍ବାରା ଜୀବାଣୁ ଆମ ଶରୀର ମଧ୍ୟକୁ ଆସିଥାନ୍ତି। ବର୍ଷାଦିନେ ଚାହା ପିଇବା ଏକ ଭଲ ଅଭ୍ୟାସ। ତୁଳସୀରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories