ନୂଆଦିଲ୍ଲୀ: ଭାରତୀୟ ସ୍କାଏ ଡାଇଭର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଶିତଲ ମହାଜନ ମୋଦୀଙ୍କ ଜନ୍ମଦିନ ଅଭିନନ୍ଦନ ନିଆରା ଭାବେ ଜଣାଇଛନ୍ତି। ଆମେରିକାର ଚିକାଗୋଠାରେ ଶିତଲ ଭୂପୃଷ୍ଟରୁ ୧୩ହଜାର ଫୁଟ ଉଚ୍ଚତାରୁ ସ୍କାଏ ଡାଇଭ କରିଛନ୍ତି। ଏହି ସମୟରେ ସେ ହାତରେ ମୋଦୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇ ଏକ ପ୍ଲାକାର୍ଡ଼ ଧରିଥିଲେ। ଶିତଲଙ୍କ ଏହି ଫଟୋ ଏଏନଆଇ ସୋସିଆଲ ମିଡିଆରେ ସେୟାର କରିଛି। ଶିତଲ ଶାଢୀ ପିନ୍ଧି ଏହି ଡାଇଭ କରିଥିଲେ। ସମ୍ପୂର୍ଣ୍ଣ ଭାରତୀୟ ସଂସ୍କୃତି ବେଶଭୂଷାରେ ଶିତଲ ପ୍ରଧାନମନ୍ତ୍ରୀଙ୍କ ୬୮ତମ ଜନ୍ମଦିନର ଅଭିନନ୍ଦନ ଜଣାଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚିତ ହୋଇଛନ୍ତି।
ଶିତଲ ପୂର୍ବରୁ ଏକାଧିକ ଥର ଆକାଶରୁ ଶାଢୀ ପିନ୍ଧି ସ୍କାଏ ଡାଇଭିଂ କରିଛନ୍ତି। ଶାଢୀ ପିନ୍ଧି ସ୍କାଏ ଡାଇଭିଂ କରିବା ରେକର୍ଡ଼ ଶିତଲଙ୍କ ନାମରେ ରହିଛି।
୧୩ହଜାର ଫୁଟ ଉପରେ ମୋଦୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଲେ ସ୍କାଏ ଡାଇଭର
Popular Categories



