ରାସ୍ତାରୁ କମୁନିି ପାଣି, ଅସୁବିଧାରେ ଗ୍ରାମବାସୀ
ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଆଗ୍ରାହାଟ ଯାତ୍ରା ପଡ଼ିଆ ଠାରୁ ଅଙ୍ଗାରଯୋଡ଼ିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଆଜକୁ ୩ଦିନ ହେବ ୨ଫୁଟ ଉଚ୍ଚର ବର୍ଷା ପାଣି ଜମି ରହିଛି। ଫଳରେ ୫୦ରୁ ଅଧିକ ପରିବାର ବସବାସ କରୁଥିବା ଅଙ୍ଗାରଯୋଡି଼ ଗ୍ରାମର ୧୦୦୦ରୁ ଅଧିକ ଲୋକ ଗ୍ରାମ ବହାରକୁ ଯାଇ ନପାରି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥି ସହିତ ଗ୍ରାମର ପିଲାମାନେ ପାଖ ବିଦ୍ୟାଳୟକୁ ଯାଇ ପାରୁ ନାହାନ୍ତି । ଜଳ ନିଷ୍କାସନ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ମଙ୍ଗୁ ମହାନ୍ତି, ଭରତ ନାୟକ, ଦୁଷ୍ମନ୍ତ କୁମାର ସାହୁ, ବାପୁନୀ ବେହେରା, ଦୀପୁ ଜେନା ପ୍ରମୁଖ ଗ୍ରାମବାସୀ ନିବେଦନ କରିଛନ୍ତି ।
Comments are closed.