www.samajalive.in
Saturday, December 13, 2025
27.1 C
Bhubaneswar

ଖୋଳିଦେଲେ ଗାଁ ରାସ୍ତା, ଗ୍ରାମବାସୀ ଥାନାର ଦ୍ୱାରସ୍ଥ

ହରଭଙ୍ଗା : ହରଭଙ୍ଗା ପଂଚାୟତ ଭେଜିଗୁଡା ଗ୍ରାମରେ ଏଲଏଣ୍ଡ ଟି କମ୍ପାନୀର ମନମୁଖୀ କାର୍ଯ୍ୟ ଯୋଗୁଁ ଗ୍ରାମର ଦୁଇଟି ୱାର୍ଡର ଦୁଇହଜାର ଲୋକ ଅସୁବିଧା ଭୋଗୁଥିବା ଜଣାପଡିଛି। କମ୍ପାନୀ କର୍ତ୍ତୃପକ୍ଷ କର୍ଣ୍ଣପାତ ନକରିବାରୁ ଗ୍ରାମବାସୀ ଶେଷରେ ଥାନାର  ଦ୍ୱାରସ୍ଥ ହୋଇଥିବା  ଜଣାପଡିଛି। ପ୍ରକାଶ ଯେ ଏହି କମ୍ପାନୀ ପକ୍ଷରୁ ହରଭଙ୍ଗା ଠାରେ ବୃହତ ପାଇପ ଜଳଯୋଗାଣ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଗତ କିଛିଦିନ ତଳେ କମ୍ପାନୀ ପକ୍ଷରୁ ଭେଜିଗୁଡା ଗାଁ ମୁଣ୍ଡରେ ଲୁହା ପାଇପ ବିଛାଇବା ପାଇଁ ଗାତ ଖୋଳି ପାଇପ ପୋତା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା। ମାତ୍ର ପାଇପ ପୋତା ପରେ  ଅତି ବେପରୁଆ ଭାବେ କମ୍ପାନୀ କର୍ତ୍ତୃପକ୍ଷ ମାଟି ପୋତିବା କାର୍ଯ୍ୟ ସମ୍ପୂର୍ଣ୍ଣ  କରିନଥି​ଲେ।‌ ଯାହାଦ୍ବାରା ଗାଁକୁ କୌଣସି ଚାରିଚକିଆଯାନ ଯାତାୟତ ହୋଇ ପାରୁନାହିଁ। ଫଳରେ ପକ୍କା ଘର ପାଇଥିବା  ଗରିବ ହିତାଧିକାରୀ ଘର ନିର୍ମାଣ ସାମଗ୍ରୀ ନେଇ ନପାରି ବହୁତ ଅସୁବିଧା ଭୋଗୁଛନ୍ତି। ଏପରିକି ଆମ୍ବୁଲାନ୍ସ ଗାଡି ଗାଁ ମଧ୍ୟକୁ ଆସିପାରୁନଥିବାରୁ ରୋଗୀକୁ ମେଡିକାଲ ନେବା କଷ୍ଟକର ହୋଇପଡୁଛି। ତୁରନ୍ତ ରାସ୍ତାର ଗାତ ପୋତିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସମାଜସେବୀ ବିଶିକେଶନ ପ୍ରଧାନ ଦାବୀ କରିଛନ୍ତି।

 

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories