www.samajalive.in
Wednesday, December 10, 2025
18.1 C
Bhubaneswar

ଉପାଧ୍ୟକ୍ଷାଙ୍କ ସ୍ୱାମୀଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ

ଚୌଦ୍ୱାର : ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀ ଧନେଶ୍ୱର ଜେଠୀଙ୍କୁ ଆକ୍ରମଣ କରି ଗୁରୁତର କରିବା ଅଭିଯୋଗରେ ଚୌଦ୍ୱାର ପୁଲିସ ୩ ଜଣଙ୍କୁ ଶୁକ୍ରବାର ଗିରଫ କରି ଅଦାଲତ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ନଖରା ଗ୍ରାମର ବେଣୁଧର ରାଉତ(୨୯), ଲକ୍ଷ୍ମଣ ପଣ୍ଡା(୨୯) ଓ ଜିତୁ ଭଞ୍ଜ(୩୦) । ପୁଲିସ ସୂଚନା ଅନୁଯାୟୀ ବ୍ଲକ୍ ଉପାଧ୍ୟକ୍ଷା ସୁପ୍ରିୟା ଜେଠୀ ଗତ ୨୧ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ୨୦ତାରିଖ ରାତିରେ ତାଙ୍କ ସ୍ୱାମୀ ଧନେଶ୍ୱର ଜେଠୀ ଟିଉସନ୍ ସାରି ନିଜ ଘରକୁ ଫେରୁଥିବାବେଳେ ଶାଳଗାଁ ରେଳ ଷ୍ଟେସନ୍ ନିକଟରେ ୩ଜଣ ଦୁର୍ବୁତ୍ତ ତାଙ୍କୁ ଅଟକାଇ ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରି ତାଙ୍କୁ ଗୁରୁତର ଆହତ କରିବା ସହିତ ତାଙ୍କ ଠାରୁ ଗୋଟିଏ ସୁନାଚେନ୍, ଗୋଟିଏ ମୁଦି ଏବଂ ନଗଦ ୫୫ହଜାର ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ। ଅଭିଯୋଗପାଇ ପୁଲିସର ଏକ ଟିମ୍ ଘଟଣାର ତଦନ୍ତ କରି ଯାଜପୁର ଜିଲା କୋରେଇ ଥାନା ଦୁଲାଖାଁପାଟଣା ଗ୍ରାମରେ ଚଢ଼ଉ କରି ଘଟଣାରେ ସାମିଲ ଥିବା ୩ଜଣକୁ ଗିରଫ କରିଥିଲେ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories