www.samajalive.in
Monday, December 8, 2025
24.1 C
Bhubaneswar

ଚାଷ ଜମିରୁ ନିଷ୍କାସନରେ ବିଳମ୍ୱ, ଏବେବି ବଡ଼ବନ୍ଧିଆଣୀ ରାସ୍ତାରେ ବନ୍ୟାଜଳ ପ୍ରବାହିତ 

ତିଗିରିଆ :  ଶୁକ୍ରବାର ତିଗିରିଆ ଓ ବାଙ୍କୀ ମଧ୍ୟରେ ମହାନଦୀର ବନ୍ୟାଜଳ ହ୍ରାସ ପାଇଛି। ତେବେ ତିଗିରିଆ ଓ ବାଙ୍କୀ ଉତ୍ତର କୁଳାଟ ଅଞ୍ଚଳର ବନ୍ୟା ଦ୍ଵାର ଭାବେ ପରିଚିତ ହୁଲୁହୁଳା ପୋଲ ଏବଂ ତିଗିରିଆ ବ୍ଳକର ବଡ଼ବନ୍ଧିଆଣୀ ରାସ୍ତାରେ ଏବେ ବି ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଭୟ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ରହିଛି। ମହାନଦୀ ବନ୍ୟା ଜଳ ସହିତ ତିଗିରିଆ ଅଞ୍ଚଳର ବନ୍ୟାଜଳ ଏକାକାର ହୋଇ ବଡ଼ ବନ୍ଧ ଠାରୁ ଚଷାଆଁରା ପର୍ଯ୍ୟନ୍ତ ଶତାଧିକ ହେକ୍ଟର ପରିମିତ ବିସ୍ତୀର୍ଣ୍ଣ ଚାଷ ଜମିକୁ ବୁଡାଇ ରଖିଛି । ମହାନଦୀରେ ଜଳ ହ୍ରାସ ପାଇଥିଲେ ମଧ୍ୟ ଉପରୋକ୍ତ ଅଞ୍ଚଳରୁ ବନ୍ୟାଜଳ ହ୍ରାସ ପାଇବାରେ ମନ୍ଥରତା ଲାଗି ରହିଛି । ସମଗ୍ର ତିଗିରିଆ, ପଡୋଶୀ ମାଣିଆବନ୍ଧ ଏବଂ ବାଙ୍କୀ ଉତ୍ତର କୁଳାଟ ଅଞ୍ଚଳର ବର୍ଷା ଜଳ ହୂଳୁହୁଳା ନାଳ ଦେଇ ମହାନଦୀକୁ ନିଷ୍କାସିତ ହୋଇଥାଏ ।  ଚଳିତ ଥର ଉପରୋକ୍ତ ଅଞ୍ଚଳର ବର୍ଷା ଜଳ ନିଷ୍କାସିତ ହେବା ପୂର୍ବରୁ ମହାନଦୀର ବନ୍ୟାଜଳ ହୁଳୁହୁଳା ଦେଇ ପ୍ରବେଶ କରି ଆସିଥିଲା। ଫଳରେ ଉଭୟ ଜଳ ନିଷ୍କାସନ ହେବାରେ ବିଳମ୍ୱ ଦେଖାଦେଇଛି । ମହାନଦୀର ବନ୍ୟାଜଳ କ୍ରମାଗତ ଭାବେ ହ୍ରାସ ପାଇଚାଲିଲେ ଶନିବାର ବିଚ୍ଛିନ୍ନ ହୋଇଥିବା ରାସ୍ତା ଗୁଡିକରେ ଯାତାୟାତ ସମ୍ଭବ ହେବା ଅନୁମାନ କରାଯାଉଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories