www.samajalive.in
Monday, December 15, 2025
24.1 C
Bhubaneswar

ଆଜି ଦକ୍ଷିଣରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ବଢ଼ିଛି। ଫଳରେ ଶୀତ ପ୍ରକୋପ କମିଛି। ଉପକୂଳବର୍ତ୍ତୀ କିଛି ଅଞ୍ଚଳରେ ପାରଦ ୨୦ ଡିଗ୍ରୀ ଛୁଇଁଛି। ପାହାଡ଼ିଆ ଅଞ୍ଚଳ ଗୁଡ଼ିକରେ ରାତି ତାପମାତ୍ରା ୧୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଛି। ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଶୀତ ପଡ଼ିବା ସମ୍ଭାବନା ନାହିଁ। ୪ ଦିନ ପରେ ପ୍ରାୟ ଅଞ୍ଚଳରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମିପାରେ। ଫଳରେ ପୁଣି ଶୀତ ଲେଉଟିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାର କିଛି ଅଞ୍ଚଳରେ ଝିପିଝିପି ବର୍ଷା ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୦ଡିଗ୍ରୀ ଥିବାବେଳେ ରାଉରକେଲାରେ ୧୦.୬, ଘୁ.ଉଦୟଗିରିରେ ୧୦.୮, ଫୁଲବାଣୀରେ ୧୨, କୋରାପୁଟରେ ୧୨.୫, କେନ୍ଦୁଝରରେ ୧୨.୬, ଝାରସୁଗୁଡ଼ାରେ ୧୧.୩, ସୁନ୍ଦରଗଡ଼ରେ ୧୩, କଟକରେ ୧୬.୨ ଏବଂ ଭୁବନେଶ୍ବରରେ ପାରଦ ୧୮.୧ ଡିଗ୍ରୀ ରହିଛି। ପୁରୀରେ ସର୍ବନିମ୍ନ ତାପମାତ୍ରା ୨୦.୨ଡିଗ୍ରୀ ଛୁଇଁଥିବା ବେଳେ ଗୋପାଳପୁରରେ ୨୦, ମାଲକାନଗିରିରେ ୧୯.୫ ଏବଂ ଛତ୍ରପୁରରେ ୧୯ ଡିଗ୍ରୀ ପାରଦ ରହିଛି। ସୋମବାର ସକାଳେ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ ଏବଂ କଳାହାଣ୍ଡିର କିଛି ଅଞ୍ଚଳରେ ଘନ କୁହୁଡ଼ି ପଡ଼ିବା ସମ୍ଭାବନା ରହିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories