www.samajalive.in
Monday, December 15, 2025
26.1 C
Bhubaneswar

ସଂସଦରେ ବିଜେଡି ଉଠାଇବ ନୂଆପଡ଼ା ଉପନିର୍ବାଚନ ଅନିୟମିତତା ପ୍ରସଙ୍ଗ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ ଅନିୟମିତତା ପ୍ରସଙ୍ଗକୁ ବିଜେଡି ଏବଂ ରାୟଗଡ଼ା ରେଳ ଡିଭିଜନ ଅବିଳମ୍ବେ କାର୍ଯ୍ୟକ୍ଷମ ଲାଗି କଂଗ୍ରେସ ଦଳ ଦାବି ଉପସ୍ଥାପନ କରିବ। ରବିବାର ସଂସଦ ପରିସରରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର କହିଛନ୍ତି ଯେ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନଥିଲା। ୨୦୨୪ ସାଧରଣ ନିର୍ବାଚନରେ ମଧ୍ୟ ସ୍ୱଚ୍ଛତା ନଥିଲା। ଏସବୁ ବିଷୟରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ସମ୍ମୁଖରେ ଦଳ ତରଫରୁ ଅନେକ ଥର ତଥ୍ୟ ଉପସ୍ଥାପନ କରାଯାଇଛି।

କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ସେହିପରି ଡବଲ ଇଞ୍ଜିନ ସରକାର ସମୟରେ ରାଜ୍ୟରେ ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ବୃଦ୍ଧି ସହ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ଏସବୁ ବିଷୟକୁ ସଂସଦରେ ଉପସ୍ଥାପନ କରାଯାଇ ଗୃହର ଦୃଷ୍ଟି ଆକର୍ଷଣ କରାଯିବ। ଏଥିସହ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା, ପୋଲାଭରମ ଓ ମହାନଦୀ ଜଳବିବାଦରେ ରାଜ୍ୟସ୍ୱାର୍ଥକୁ ଗୁରୁତ୍ୱ, ଚାଷୀଙ୍କ ସର୍ବନିମ୍ନ ସହାୟକ ମୂଲ୍ୟକୁ ଦ୍ୱିଗୁଣିତ କରିବା, କୋଇଲା ରୟାଲଟି ଏବଂ ସବୁଜ ଟିକସ ସଂଶୋଧନ, ଅନସୂଚିତ ଜନଜାତି ତାଲିକାରେ ରାଜ୍ୟର ୧୩୯ଟି ଜାତିକୁ ସାମିଲ, କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର, ଭାରତୀୟ ସମ୍ବିଧାନର ଅଷ୍ଟମ ସୂଚୀରେ ହୋ, ମୁଣ୍ଡାରୀ, ଭୂମିଜ ଓ ସଉରା ଭାଷାକୁ ସାମିଲ କରିବା ବିଷୟ ଗୃହରେ ବିଜେଡି ଉଠାଇବ। ଉନ୍ନତ ସ୍ୱାସ୍ଥ୍ରସେବା ଲାଗି ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱର ଠାରେ ତିନୋଟି ଅଖିଳ ଭାରତ ଆର୍ୟୁବିଜ୍ଞାନ ସଂସ୍ଥାନ ସ୍ଥାପନ ସହ ରାଜ୍ୟରେ ସଞ୍ଚାର ବ୍ୟବସ୍ଥାରେ ଉନ୍ନତି, ଉପକୂଳ ରାଜପଥ ଓ ରେଳ ଆଦି ଭିତ୍ତିଭୂମି ନିର୍ମାଣ ବିଷୟରେ କେନ୍ଦ୍ର ସରକାରଙ୍କ ସମ୍ମୁଖରେ ବିଜେଡି ଦାବି ଉପସ୍ଥାପନ କରିବ ବୋଲି ଡ. ପାତ୍ର କହିଛନ୍ତି।

- Advertisement -

ସେହିଭଳି କଂଗ୍ରେସର କୋରାପୁଟ ସାଂସଦ ସପ୍ତଗିରି ଉଲାକା କହିଛନ୍ତି ଯେ, ରାୟଗଡ଼ା ରେଳ ଡିଭିଜନକୁ ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ଦାବି ଉପସ୍ଥାପନ କରାଯିବ। ପରିସ୍ଥିତି ଏପରିକି ଯେ ଡିଆରଏମ କାର୍ଯ୍ୟାଳୟ ପାଚେରୀ ନିର୍ମାଣ ନିଷ୍ପତ୍ତି ହୋଇପାରୁନାର୍ହି। ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ଲାଗି ଓଡ଼ିଶା ସରକାର ଅଦ୍ୟାବଧି କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ନେଇନାହାନ୍ତି। ବ୍ରହ୍ମପୁର-ଜୟପୁର ମଧ୍ୟରେ ପ୍ରସ୍ତାବିତ ଗ୍ରୀନ କରିଡ଼ର ପ୍ରସ୍ତାବ କାଗଜପତ୍ରରେ ସୀମିତ ରହିଯାଇଛି। ଏସବୁ ବିଷୟ ସହ ପୋଲାଭରମ ଓ କୋଟିଆ ପ୍ରସଙ୍ଗକୁ କଂଗ୍ରେସ ଲୋକସଭାରେ ଉଠାଇବ। ଦିଲ୍ଲୀ ବୋମା ବିସ୍ପୋରଣ ଘଟଣାରେ ମୋଦୀ ସରକାରଙ୍କ ବିଫଳତା, ଏସଆଇଆର ପ୍ରସଙ୍ଗରେ ଏନଡିଏ ସରକାରଙ୍କୁ କଂଗ୍ରେସ ଦଳ ସଂସଦରେ ଘେରିବ ବୋଲି ସାଂସଦ ଉଲାକା ଦର୍ଶାଇଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories