କଟକ ଓ ଭୁବନେଶ୍ବରରେ ଘଡଘଡି ସହ ପ୍ରବଳ ବର୍ଷା

ଭୁବନେଶ୍ବର : କଟକ ଓ ଭୁବନେଶ୍ବରରେ ମଧ୍ୟ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ପ୍ରାୟ ଦୁଇ ଘଣ୍ଟା ଧରି ବର୍ଷା ହେବା ଯୋଗୁ ସାଧାରଣ ଜନଜୀବନ ଯାତାୟତରେ ବ୍ୟାହତ ସୃଷ୍ଟି ହୋଇଥିଲା। ପ୍ରବଳ ବର୍ଷା ଯୋଗୁଁ ରାଜଧାନୀ ଭୁବନେଶ୍ବର ଓ କଟକର ତଳିଆ ଅଞ୍ଚଳରେ ବର୍ଷା ପାଣି ଜମା ହେବାରୁ ଯାତାୟତରେ ସମସ୍ୟା ଦେଖାଦେଇଛି ।

ଗତ କିଛି ଦିନ ହେବ ରାଜ୍ୟରେ ଲାଗିରହିଥିବା ଗ୍ରୀଷ୍ମ ପ୍ରବାହ ମଧ୍ୟରେ ବର୍ଷା ସାମାନ୍ୟ ଆଶ୍ବସ୍ତି ଆଣି ଦେଇଛି । କିଛି ସ୍ଥାନରେ ପ୍ରବଳ ପବନ ଯୋଗୁଁ ଗଛ ଭାଙ୍ଗିପଡିଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ ରାସ୍ତା ଉପରେ ପଡ଼ି ରହିଥିବା ଗଛଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ କାଟି ସଫା କରିବା ପ୍ରକ୍ରିୟା ଜାରି ରଖିଛନ୍ତି।

Comments are closed.