www.samajalive.in
Monday, December 15, 2025
24.1 C
Bhubaneswar

୭ ଦିନ ପାଇଁ ପ୍ରତ୍ୟହ ୬ ଘଣ୍ଟା ବନ୍ଦ ରହିବ ରେଳବାଇ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ

ଯାତ୍ରୀ ସେବାକୁ ସ୍ୱାଭାବିକ କରିବା ଏବଂ କୋଭିଡ୍ ପୂର୍ବ ସେବାକୁ ପର୍ଯ୍ୟାୟ କ୍ରମେ ଫେରାଇବା ପାଇଁ ରେଳବାଇର ପ୍ରୟାସର ଏକ ଅଂଶ ଭାବରେ ରେଳବାଇର ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ସମୟ ମଧ୍ୟରେ ପ୍ରତ୍ୟହ ଛଅ ଘଣ୍ଟା ପାଇଁ ସାତ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯିବ। ଏହା ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ତଥ୍ୟର ଅପଗ୍ରେଡେସନ୍ ଏବଂ ନୂତନ ଟ୍ରେନ୍ ନମ୍ବରର ଅପଡେଟ୍ ଇତ୍ୟାଦି ସଠିକ କରିବା। ଯେହେତୁ ସମସ୍ତ ନିୟମିତ ମେଲ୍ / ଏକ୍ସପ୍ରେସ ଟ୍ରେନ ସହିତ ବହୁତ ଗୁଡିଏ ପୁରୁଣା ଟ୍ରେନ୍ ନମ୍ବର ଓ ବିଶେଷ ଟ୍ରେନ ଇତ୍ୟାଦିକୁ ସଂଯୋଗ କରାଇବା ଏବଂ ବର୍ତ୍ତମାନର ଯାତ୍ରୀ ବୁକିଂ ଡାଟା ଅପଡେଟ୍ କରାଇବା କାର୍ଯ୍ୟ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥାରେ ପର୍ଯ୍ୟାୟ କ୍ରମେ ସମ୍ପାଦନ କରିବାର ଯୋଜନା କରାଯାଇଛି ସେଥି ପାଇଁ ଟିକେଟ୍ ବୁକିଂ ସେବାଗୁଡିକର ପ୍ରଭାବକୁ ନିର୍ଭୁଲ କରିବା ପାଇଁ ଯତ୍ନର ସହିତ କ୍ରମାଙ୍କନ କରିବା ଇତ୍ୟାଦିକୁ ରାତି ସମୟରେ କାର୍ଯ୍ୟକାରୀ କରାଯାଏ।

ଏହି କାର୍ଯ୍ୟ ନଭେମ୍ବର ୧୪ ଏବଂ ୧୫ ମଧ୍ୟରାତିରୁ ଆରମ୍ଭ ହୋଇଛି ଏବଂ ତାହା ନଭେମ୍ବର ୨୧ ଭୋର ୫ଘ.୩୦ମି. ମଧ୍ୟରେ ଶେଷ କରାଯିବ। ଏହି ଛଅ ଘଣ୍ଟା ମଧ୍ୟରେ କୌଣସି ଯାତ୍ରୀ ସଂରକ୍ଷଣ ପ୍ରଣାଳୀ ସେବା ଯେପରିକି ଟିକେଟ୍ ସଂରକ୍ଷଣ, ସାମ୍ପ୍ରତିକ ବୁକିଂ, ବାତିଲ୍, ଅନୁସନ୍ଧାନ ସେବା ଭଳି ବ୍ୟବସ୍ତା ଉପଲବ୍ଧ ହେବ ନାହିଁ। ପ୍ରଭାବିତ ସମୟ ମଧ୍ୟରେ ରେଳ କର୍ମଚାରୀମାନେ ଟ୍ରେନ୍ ଆରମ୍ଭ କରିବା ପାଇଁ ଅଗ୍ରୀମ ଚାର୍ଟିଂ ନିଶ୍ଚିତ କରିବେ। ଯାତ୍ରୀ ସଂରକ୍ଷଣ ପ୍ରଣାଳୀ ସେବା ବ୍ୟତୀତ, ୧୩୯ ସେବା ସହିତ ଅନ୍ୟ ସମସ୍ତ ଅନୁସନ୍ଧାନ ସେବା ନିରବଚ୍ଛିନ୍ନ ଭାବରେ ଜାରି ରହିବ।

- Advertisement -

ବର୍ତ୍ତମାନ ଟ୍ରେନ୍ ନମ୍ବର ଜିରୋ (ଶୂନ) ସହିତ ଆରମ୍ଭ ହେବ ନାହିଁ ଯାହାକି ବିଶେଷ ଟ୍ରେନମାନଙ୍କ ମୂଳ ନମ୍ବରରୁ ଆରମ୍ଭ କରାଯାଉଥିଲା। ସ୍ୱତନ୍ତ୍ର ଟ୍ରେନ୍ ନମ୍ବରକୁ ନିୟମିତ ଟ୍ରେନ୍ ନମ୍ବରରେ ରୂପାନ୍ତର ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଆସନ୍ତା ସାତ ଦିନ ମଧ୍ୟରେ ଏହା ଶେଷ ହେବ ବୋଲି ଆଶା କରାଯାଉଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories