www.samajalive.in
Wednesday, December 10, 2025
17.1 C
Bhubaneswar

ବଲାଙ୍ଗୀରରୁ ବୌଦ୍ଧକୁ ଲମ୍ବିଛି ନକଲି ଔଷଧ ଚେର, ୨ଟି ଔଷଧ ଦୋକାନ ନାମରେ ମାମଲା

ବୌଦ୍ଧ : ତାଲାବନ୍ଦ ସମୟରେ ବ୍ୟାପକ ଭାବରେ ନକଲି ଔଷଧ କାରବାର ହେଉଥିବା ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଅନ୍ୟ ଜିଲା ଭଳି ନକଲି ଔଷଧର କାରବାରର ଚେର ବୌଦ୍ଧ ଜିଲାକୁ ମଧ୍ୟ ଲମ୍ବିଛି। ସୋମବାର ବୌଦ୍ଧ ଭେଷଜ ନିରୀକ୍ଷକ, ସୋନପୁର ଭେଷଜ ନିରୀକ୍ଷକ ସମେତ ମନମୁଣ୍ଡା ପୁଲିସ ମିଳିତ ଭାବେ ଚଢଉ କରି ଜିଲାର ଦୁଇଟି ଔଷଧ ଦୋକାନରୁ ନକଲି ଔଷଧ ଜବତ କରିଥିବା ଜଣାପଡିଛି। ନକଲି ଔଷଧ ଧରପଗଡ ପାଇଁ ବୌଦ୍ଧ ଭେଷଜ ନିରୀକ୍ଷକ ମୁକେଶ ଧରୁଆ, ସୋନପୁର ଭେଷଜ ନିରୀକ୍ଷକ ଉମାକାନ୍ତ ମେହେର ଓ ମନମୁଣ୍ଡା ପୁଲିସକୁ ନେଇ ଏକ ଟିମ୍ ସୋମବାର ଦିନ ଔଷଧ ଦୋକାନରେ ଚଢାଉ କରିଥିଲେ। ବୌଦ୍ଧ ଜିଲ୍ଲା ବଘିଆବାହାଲ ଓ ବାଉଁଶୁଣି ସ୍ଥିତ ଦୁଇଟି ଔଷଧ ଦୋକାନରେ ଚଢଉ କରି ବିପୁଳ ନକଲି ଔଷଧ ଜବତ କରିଛନ୍ତି। ଚଢଉ ବେଳେ ଏହି ଦୁଇଟି ମେଡିକାଲ ଷ୍ଟୋରରୁ କେତେକ ନକଲି ଔଷଧ ଜବତ ହୋଇଛି। ଜବତ ଔଷଧଗୁଡିକ ବଲାଙ୍ଗୀର ମୋଦି ଫାର୍ମା ସହ ସମ୍ପୃକ୍ତ ବୋଲି ଜଣାପଡିଛି।

ଗୋଟିଏ ଦୋକାନରୁ ୨୨ ପ୍ୟାକେଟ୍ ସ୍ନିଜ୍-୫୦୦ ଟାବଲେଟ୍ ଓ ଅନ୍ୟଟିରୁ ୨୨ ପ୍ୟାକେଟ୍ ମେଡିଥ୍ରାଲ-୫୦୦ ଟାବଲେଟ୍ ଜବତ ହୋଇଥିବା ଜଣାପଡିଛି। ଉଭୟ ଦୋକାନରୁ ୨୨୦ଟି ଲେଖାଏଁ ନକଲି ଔଷଧ ଜବତ କରାଯାଇ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ଔଷଧ ଦୋକାନ ମାଲିକଙ୍କ ନାମରେ ଡ୍ରଗ ଆଣ୍ଡ କସ୍ମେଟିକ୍ ଆକ୍ଟ-୧୯୪୦ର ସେକ୍ସନ ୧୮(ଏ)(ଆଇ) ଅନୁଯାଇ ମାମଲା ରୁଜୁ କରିଥିବା ବୌଦ୍ଧ ଭେଷଜ ନିରୀକ୍ଷକ ମୁକେଶ ଧରୁଆ ପ୍ରକାଶ କହିଛନ୍ତି। ତେବେ ଏହି ନକଲି ଔଷଧର କାରବାର ମୁଖ୍ୟ ପେଣ୍ଠସ୍ଥଳୀ ବଲାଙ୍ଗୀର ସହର ବୋଲି ଜଣାପଡିଛି। ଯାଞ୍ଚବେଳେ ଜଣେ ଔଷଧ ଦୋକାନୀ ତାଙ୍କ ପାଖରେ ସମସ୍ତ ଔଷଧର ବିଲ ଥିବା ପ୍ରକାଶ କରିଥିବା ଜଣାଯାଇଛି। ତେଣୁ ଏହି ଅସାଧୁ ବ୍ୟବସାୟରେ ଡାକ୍ତର,ନକଲି ଔଷଧ କମ୍ପାନୀ ମଧ୍ୟ ସାମିଲ ଥିବା ଜଣାଯାଇଛି। ସରକାର ବାହାରୁ ଔଷଧ ନକିଣିବାକୁ କଡା ନିର୍ଦ୍ଦେଶ ଜାରି କରିଥିବାବେଳେ ଡାକ୍ତର ଓ ଔଷଧ କମ୍ପାନୀମାନଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ଯୋଗୁଁ ବାଜରରେ ଅନେକ ନକଲି ଔଷଧ ପ୍ରବେଶ କରୁଥିବା ଜଣାପଡିଛି। ସରକାର ଏହି ନକଲି କମ୍ପାନୀମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧଜିବୀ ମହଲରେ ମତ୍ତପ୍ରକାଶ ପାଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories