ରାହୁଲଙ୍କ ବିରୋଧରେ ମାନହାନି ମକଦ୍ଦମା

0

ଗୋରଖପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ବିରୋଧରେ ଏକ ମାନହାନି ମକଦ୍ଦମା ରୁଜୁ କରାଯାଇଛି। ନିକଟରେ ନୂଆଦିଲ୍ଲୀରେ କଂଗ୍ରେସ ଦଳର ମହାଅଧିବେଶନ ଚାଲିଥିବାବେଳେ ରାହୁଲ ତାଙ୍କର ଭାଷଣରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବ୍ୟାଙ୍କ ଜାଲିଆତି ମାମଲାରେ ବିଦେଶ ପଳାୟନ କରିଥିବା ବିଶିଷ୍ଟ ହୀରା ବ୍ୟବସାୟୀ ନିରବ ମୋଦି ଓ ପୂର୍ବତନ ଆଇପିଏଲ କମିଶନର ଲଳିତ ମୋଦିଙ୍କ ସହ ତୁଳନା କରିଥିଲେ। ନିରବ ଓ ଲଳିତ ଅଦାଲତଙ୍କ ଦ୍ୱାରା ଧର୍ତ୍ତବ୍ୟ ଅପରାଧୀ ଘୋଷିତ ହୋଇସାରିଥିବାବେଳେ ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କ ସହ ତୁଳନା କରାଯିବା ପ୍ରସଙ୍ଗକୁ ବିଜେପି ଶିବିର ଭଲଦୃଷ୍ଟିରେ ଗ୍ରହଣ କରିନଥିଲା। ତେଣୁ ବିଜେପି ମୁଖପାତ୍ର ସଲଭମଣି ତ୍ରିପାଠୀ ଇତିମଧ୍ୟରେ ଉତ୍ତର ପ୍ରଦେଶର ଦେଓରିଆ ଜିଲାସ୍ଥିତ ଏକ ଫାଷ୍ଟଟ୍ରାକ୍‌ ଅଦାଲତରେ ରାହୁଲଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୫କୁ ଧାର୍ଯ୍ୟ କରାଯାଇଛି।

Leave A Reply