ମୋଦିଙ୍କୁ ‘ଏଫ୍‌’ ଗ୍ରେଡ୍‌ ଦେଲେ ରାହୁଲ

0

ନୂଆଦିଲ୍ଲୀ: ବିଜେପି ବିଭିନ୍ନ କାର୍ୟ୍ୟକ୍ରମ ମାଧ୍ୟମରେ ଏନ୍‍ଡିଏ ସରକାରର ୪ବର୍ଷର ରିପୋର୍ଟ କାର୍ଡ ଉପସ୍ଥାପନ କରୁଥିବାବେଳେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ନିଜସ୍ୱ ଢ଼ଙ୍ଗରେ ସ୍ୱତନ୍ତ୍ର ରିପୋର୍ଟ କାର୍ଡ ପ୍ରସ୍ତୁତ କରିଛନ୍ତି। ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ଛାତ୍ର ଭାବେ ଉପସ୍ଥାପନ କରିବା ସହ ପରୀକ୍ଷା ଫଳ ପ୍ରକାଶ ଭଳି ବିଭିନ୍ନ ବିଷୟର ମୂଲ୍ୟାଙ୍କନ ପୂର୍ବକ ଗ୍ରେଡ୍‍ ଦେଇଛନ୍ତି। ମୋଦି ଛାତ୍ରଙ୍କ ଭଳି ଏକାଧିକ ଜଟିଳ ସମସ୍ୟାରେ ଜଡ଼ିତ ରହିଛନ୍ତି, ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ବିଫଳ(ଫେଲ୍‍) ହୋଇଛନ୍ତି। ମୋଦିଙ୍କୁ ସେ ‘ଶ୍ରେଷ୍ଠ ଆତ୍ମ ପ୍ରଚାରକ ବା ଆତ୍ମ ପଦୋନ୍ନିତ, ଦୁର୍ବଳ ଦେଶ ନିର୍ମାତା’ ଭାବେ ଉଲ୍ଲେଖ କରିଛନ୍ତି। ଏହାଛଡ଼ା ପ୍ରଧାନମନ୍ତ୍ରୀଙ୍କୁ ସେ ‘ଧୁରନ୍ଧର ଯୋଗାଯୋଗକାରୀ’ ଓ ‘କୌଣସି ବିଷୟ ପ୍ରତି ବିଶେଷ ଯଥେଷ୍ଟ ଧ୍ୟାନ ଦେଇ ପାରୁ ନଥିବା ବ୍ୟକ୍ତି’ ଭାବେ ମଧ୍ୟ ବର୍ଣ୍ଣନା କରିଛନ୍ତି। ଛାତ୍ରଙ୍କୁ ପରୀକ୍ଷା ଫଳାଫଳରେ ପ୍ରଦାନ କରାଯାଉଥିବା ଗ୍ରେଡ୍‍ ନମ୍ବର ଢ଼ାଞ୍ଚାରେ ରାହୁଲ ବିଜେପି ନେତୃତ୍ୱାଧୀନ ସରକାରକୁ କୃଷି, ବିଦେଶ ନୀତି, ତୈଳ ଦର ଓ ନିଯୁକ୍ତି ସୁଯୋଗ ସୃଷ୍ଟି ବିଷୟରେ ‘ଏଫ୍‍’ ଗ୍ରେଡ୍‍ ଦେଇଛନ୍ତି। ରାହୁଲଙ୍କ ମୂଲ୍ୟାୟନରେ ମୋଦିଙ୍କୁ ସ୍ଲୋଗାନ୍‍ ଦେବାରେ ଏ +’, ଆତ୍ମ ପଦୋନ୍ନତିରେ ଏ +, ଯୋଗରେ ବି-’ ଗ୍ରେଡ୍‍ ମିଳିଛି। ରାହୁଲଙ୍କର ଏହି ମୂଲ୍ୟାୟନ ତାଲିକା ଟ୍ୱିଟର ପୃଷ୍ଠାରେ ଘୂରି ବୁଲୁଛି।

Leave A Reply