www.samajalive.in
Monday, December 15, 2025
24.1 C
Bhubaneswar

ରାହୁଲଙ୍କ ‘ଭୋଟ ଚୋରି’ ଅଭିଯୋଗକୁ ନେଇ ଦାୟର ପିଆଇଏଲ୍ ଅଗ୍ରାହ୍ୟ

ମାଡ୍ରାସ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭୋଟ ଚୋରି’ ଅଭିଯୋଗକୁ ନେଇ ଦାୟର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ମାଡ୍ରାସ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଏହା ସହିତ ଆବେଦନକାରୀଙ୍କ ଉପରେ ଏକଲକ୍ଷ ଟଙ୍କା ଜୋରିମାନା ଧାର୍ଯ୍ୟ କରିଛନ୍ତି। ଜୋରିମାନା ଅର୍ଥ ତାମିଲନାଡୁ ରାଜ୍ୟ ଲିଗାଲ ସର୍ଭିସ କର୍ତ୍ତୃପକ୍ଷଙ୍କ ନିକଟରେ ଜମା କରିବାକୁ କୁହାଯାଇଛି। ଆବେଦନକାରୀ ରାହୁଲଙ୍କ ଭୋଟ ଚୋରି ଅଭିଯୋଗ ଉପରେ ନିର୍ବାଚନ ଆୟୋଗଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଥିଲେ। ଏଥିପାଇଁ ସେ ଅଦାଲତଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅଗଷ୍ଟ ୭ରେ ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ ଯେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଫାଇଦା ଦେବା ଲାଗି ନିର୍ବାଚନ ଆୟୋଗ ମତଦାନ ପ୍ରକ୍ରିୟାରେ ଅନିୟମିତତା କରିଥିଲେ। ଏପରି କି କର୍ଣ୍ଣାଟକ ମହାଦେବପୁର ନିର୍ବାଚନ ମଣ୍ଡଳୀରେ ୧ଲକ୍ଷରୁ ଅଧିକ ଭୋଟ ଜାଲିଆତି କରାଯାଇଥିବା ନେଇ ସେ ଅଭିଯୋଗ କରିଥିଲେ।

ଏହି ୫ ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ : ଆରମ୍ଭ ହେଲା ଦୁର୍ଲ୍ଲଭ ଦ୍ୱିଦ୍ୱାଦଶ ଯୋଗ

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories