www.samajalive.in
Sunday, December 7, 2025
26.1 C
Bhubaneswar

ଏହି ୫ ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ : ଆରମ୍ଭ ହେଲା ଦୁର୍ଲ୍ଲଭ ଦ୍ୱିଦ୍ୱାଦଶ ଯୋଗ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୧ ସେପ୍ଟେମ୍ବର ୨୦୨୫ରେ ଶୁକ୍ର କର୍କଟ ରାଶିରେ ଓ ବୃହସ୍ପତି ମିଥୁନ ରାଶିରେ ରହି ୩୦ ଡିଗ୍ରୀରେ ରହି ବିଶେଷ ଦୁର୍ଲ୍ଲଭ ଦ୍ୱିଦ୍ୱାଦଶ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବ ସମସ୍ତ ରାଶି ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ଶୁକ୍ର ସୁଖ, ପ୍ରେମ, ଧନ ଓ ସୌନ୍ଦର୍ଯ୍ୟର କାରକ । ଗୁରୁ ଜ୍ଞାନ, ସମୃଦ୍ଧି ଓ ଭାଗ୍ୟର ପ୍ରତୀକ । ଏହି ଯୋଗ ଫଳରେ ଆର୍ଥିକ କ୍ଷେତ୍ରରେ ସ୍ଥିରତା, ସମ୍ପର୍କରେ ମଧୁରତା ଓ ଧାର୍ମିକ କାର୍ଯ୍ୟରେ ଯୋଗ ଦେବାର ସୁଯୋଗ ମିଳେ । ଜାଣନ୍ତୁ କେଉଁ କେଉଁ ରାଶି ଲାଭବାନ୍‌ ହେବେ..

- Advertisement -

ମେଷ- ସକରାତ୍ମକ ପରିବର୍ତ୍ତନ ମିଳିବ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଜଭୁତ ହେବ । ସୁଖସମୃଦ୍ଧି ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଜୀବନରେ ଖୁସିର ଆଗମନ ହେବ । ନୂଆ ଯୋଜନା ଆରମ୍ଭ କରିବେ । ସମୟ ଅନୁକୂଳ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବା ସହ ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଗୁରୁବାର କଦଳୀ ଦାନ କରନ୍ତୁ । ଶୁଭଫଳ ମିଳିବ ।

କର୍କଟ- ସ୍ୱାସ୍ଥ୍ୟ ଉତ୍ତମ ରହିବା ସହ ଆତ୍ମବିଶ୍ୱାସ ବୃଦ୍ଧି ହେବ । ସକରାତ୍ମକ ଫଳ ମିଳିବ । ପ୍ରେମରେ ସଫଳତା ମିଳିବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ମାନସିକ ଶାନ୍ତି ମିଳିବ । ହଠାତ୍‌ ଧନ ମିଳିବ । ଶୁକ୍ରବାର ବସ୍ତ୍ର କିମ୍ବା ଚାଉଳ ଦାନ କରନ୍ତୁ । କାର୍ଯ୍ୟରେ ସଫଳତା ମିଳିବ ।

ସିଂହ- ସୁଖସମୃଦ୍ଧି ସହ ସମ୍ମାନ ମିଳିବ । ଆୟର ସ୍ରୋତ ବୃଦ୍ଧି ହେବ । ହଠାତ୍‌ ବିଭିନ୍ନ ଦିଗରୁ ଧନ ପ୍ରାପ୍ତି ହେବ । ଅନେକ କ୍ଷେତ୍ରରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ସହ ସହଯୋଗ ମିଳିବ । ଗୁରୁବାର ହଳଦିଆ ଜିନିଷ ଦାନ କରନ୍ତୁ । ଭଗବାନ ବିଷ୍ଣୁଙ୍କ ମନ୍ତ୍ର ଜପ କରନ୍ତୁ । ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ ।

ଧନୁ-ବ୍ୟବସାୟରେ ଲାଭ ସହ ବୈବାହିକ ଜୀବନ ସୁଖମୟ ହେବ । ହଠାତ୍‌ ଅଟକି ଥିବା ଧନ ମିଳିବ । ଶିକ୍ଷା, ଧାର୍ମିକ କ୍ଷେତ୍ରରେ ରୁଚି ବଢିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଗୁରୁବାର ନିଜ ଇଚ୍ଛା ଅନୁଯାୟୀ ଦାନ କରନ୍ତୁ ।

ମୀନ- ସକରାତ୍ମକ ପରିବର୍ତ୍ତନ ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ଗୃହ ସୁଖ ସହ ସନ୍ତାନ ସହ ଜଡିତ ଶୁଭ ଖବର ମିଳିବ । ଆର୍ଥିକ ସ୍ଥିରତା ରହିବ । ଶୁକ୍ରବାର ଚାଉଳ କିମ୍ବା କ୍ଷୀର ଦାନ କରନ୍ତୁ ।

କୋଟି କୋଟି ଟଙ୍କାର ହେର୍‌ଫେର୍‌; କିଏ ଖାଇଲା ୩୫ ଲକ୍ଷ ଟଙ୍କାର କଦଳୀ? ବିସିସିଆଇକୁ ନୋଟିସ..

 

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories