www.samajalive.in
Saturday, December 6, 2025
14.1 C
Bhubaneswar

ଯାତ୍ରା ଦେଖି ଯାଇଥିଲେ, ଘରେ କଳାକନା ବୁଲାଇଲେ ଚୋର

ପାଟଣା: କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲୀପଶି ଗ୍ରାମରଛକ ନିକଟରେ ଅପେରା ଦେଖିବାକୁ ଯାଇଥିବା ବେଳେ ଚୋର ସେହି ଗ୍ରାମର ଭାଗବତ ରଣାଙ୍କ ଘରେ କଳାକନା ବୁଲାଇଛନ୍ତି । ଘର ତାଲା ଭାଙ୍ଗି ପଶି ଷ୍ଟିଲ ଆଲମୀରା ତାଡି ସୁନା ଅଳଙ୍କାର ସହ ନଗଦ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସାହିରେ ଅନେକ ଲୋକ ଘରେ ଥିଲେ ସୁଦ୍ଧା କେହି ଏହାର ଟେର ପାଇ ନାହାନ୍ତି। ରାତି ପାଖାପାଖି ସାଢ଼େ ୧୨ ଟା ସମୟରେ ଏହି ଚୋରୀ ହୋଇଥିବା ନେଇ ପାଟଣା ଥାନାରେ ଅଭିଯୋଗ ହେବାପରେ ଘଟଗାଁ ଏସଡିପିଓ ବିଜୟ କୃଷ୍ଣ ମହାପାତ୍ର ପାଟଣା ଥାନାଧିକାରୀ ମାନସ କୁମାର ମହାକୁଳ,ଏସ ଆଇ ଲକ୍ଷ୍ମଣ ମାଝୀ ଓ ଏଏସଆଇ ସରୋଜ କୁମାର ସେଠୀ ପ୍ରମୁଖ ଘଟଣା ସ୍ଥଳକୁ ଯାଇ ଛାନ ଭିନ କରିଥିଲେ। ଏଯାବତ ମଧ୍ୟ ଚୋର କୁ ଠାବ କରିବା ସମ୍ଭବ ହୋଇ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories