ମୁଁ ପ୍ରଧାନମନ୍ତ୍ରୀ ହୋଇଥିଲେ ବିମୁଦ୍ରାୟନ ଦଲିଲିକୁ ଚିରି ଫିଙ୍ଗିଦେଇଥାନ୍ତି: ରାହୁଲ
କୁଆଲାଲୁମ୍ପପୁର : ସେ ଯଦି ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ ବିମୁଦ୍ରାୟନ ସମ୍ପର୍କିତ ଦଲିଲ୍ (କାଗଜପତ୍ର)କୁ ଚିରି ଅଳିଆଗଦାରେ ଫିଙ୍ଗିଦେଇଥାନ୍ତେ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି। ସେ କହିଛନ୍ତି ଯେ ବିମୁଦ୍ରାୟନ ଏକ ଭଲ ନିଷ୍ପତ୍ତି ନଥିଲା। ଏହା ଦେଶର ଅର୍ଥନୀତିକୁ ବହୁତ କ୍ଷତି ପହଞ୍ଚାଇଛି। ସେ କିମ୍ବା ତାଙ୍କ ଦଳ କ୍ଷମତାରେ ଥିଲେ ଏପରି ନିଷ୍ପତ୍ତିକୁ କେବେହେଲେ କାର୍ଯ୍ୟକାରୀ ହେବାକୁ ଦେଇ ନଥାନ୍ତେ ବୋଲି ରାହୁଲ କହିଛନ୍ତି। ୨୦୧୬ ନଭେମ୍ବରରେ କେନ୍ଦ୍ର ସରକାର ବଜାରରେ ପ୍ରଚଳିତ ୫୦୦ ଓ ୧୦୦୦ଟଙ୍କିଆ ନୋଟକୁ ଅଚଳ କରିଦେଇଥିଲେ।