www.samajalive.in
Monday, December 15, 2025
16.1 C
Bhubaneswar

ନିଦାହାସ୍‌ ଟ୍ରଫି ଟି୨୦: ଶ୍ରୀଲଙ୍କା ବିପକ୍ଷରେ ବାଂଲାଦେଶର ଚମକପ୍ରଦ ବିଜୟ

କଲମ୍ବୋ : ନିଦାହାସ୍‌ ଟ୍ରଫି ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ଶନିବାର ଏକ ଚମକପ୍ରଦ ବିଜୟ ହାସଲ କରିଛି ବାଂଲଦେଶ। ଏହି ତି୍ରରାଷ୍ଟ୍ରୀୟର ୩ୟ ମ୍ୟାଚ୍‌ରେ ଆୟୋଜକ ଶ୍ରୀଲଙ୍କାକୁ ୫ ୱିକେଟରେ ବାଂଲାଦେଶ ପରାସ୍ତ କରିଛି। ବାଂଲାଦେଶ ୨୧୫ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟର ପିଛା କରିଥିବା ବେଳେ ପୂର୍ବତନ ଅଧିନାୟକ ମୁସ୍‌ଫିକୁର ରହିମ୍‌ଙ୍କ ଦର୍ଶନୀୟ ଇନିଂସ ବଳରେ ୨ଟି ବଲ୍‌ ଓ ୫ଟି ୱିକେଟ ବାକିଥାଇ ଜିତିଥିଲା। କୁଶଳ ପରେରାଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଶ୍ରୀଲଙ୍କା ୬ ୱିକେଟ ହରାଇ ୨୧୪ ରନ୍‌ କରିଥିଲା। ପରେ ୭୪ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ମୁସ୍‌ଫିକୁରଙ୍କ ଅପରାଜିତ ୭୨ ରନ୍‌ ବଳରେ ବାଂଲାଦେଶ ଜିତିଥିଲା। ୩ଟି ମ୍ୟାଚ୍‌ ପରେ ଭାରତ, ବାଂଲାଦେଶ ଓ ଶ୍ରୀଲଙ୍କା ଗୋଟିଏ ଲେଖାଏଁ ବିଜୟ ହାସଲ କରିଛନ୍ତି। ସୋମବାର ଭାରତ-ଶ୍ରୀଲଙ୍କା ମୁକାବିଲା ହେବ।
ବାଂଲାଦେଶ ଟସ୍‌ ଜିତି ଫିଲ୍‌ଡିଂ ନେବା ପରେ ଏହାର ବ୍ୟାଟ୍‌ସମ୍ୟାନ୍‌ ଚମତ୍କାର ପ୍ରଦର୍ଶନ କରିଥିଲେ। ଓପ୍‌ନିଂ ଯୋଡ଼ି ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂକରି ୨୬ ବଲ୍‌ରୁ ୫୬ ରନ୍‌ କରିବା ପରେ ଦନୁଷ୍କା ଗୁଣତିଳକ ୧୯ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୬ ରନ୍‌ କରିଥିଲେ। ପରେ ଓପ୍‌ନର ଜୀବନ ମେଣ୍ଡିସ୍‌ ଓ କୁଶଳ ପରେରାଙ୍କ ମଧ୍ୟରେ ୯ ଓଭରରୁ ୮୫ ରନ୍‌ର ଭାଗିଦାରୀ ହୋଇଥିଲା। ମେଣ୍ଡିସ୍‌ ମାତ୍ର ୩୦ ବଲ୍‌ରୁ ୫ଟି ଛକା ଓ ୨ଟି ଚୌକା ସହ ବିସ୍ଫୋରକ ୫୭ ରନ୍‌ କରିଥିଲେ। ପରେ ବାମହାତି କୁଶଳ ପରେରା ୪୮ ବଲ୍‌ରୁ ୨ଟି ଛକା ଓ ୮ଟି ଚୌକା ସହ ୭୪ ରନ୍‌ କରିଥିଲେ। କ୍ରମାଗତ ୨ୟ ମ୍ୟାଚ୍‌ରେ ପରେରାଙ୍କର ଏହା ୨ୟ ଅର୍ଦ୍ଧଶତକ। ପରେ ଦାସୁନ୍‌ ଶନକ ୦ ଓ ଅଧିନାୟକ ଦିନେଶ ଚାନ୍ଦିମାଲ ୨ ରନ୍‌କରି ଆଉଟ ହୋଇଥିଲେ। ଉପୁଲ ତରଙ୍ଗା ଆକ୍ରମଣାତ୍ମକ ବ୍ୟାଟିଂକରି ୧୫ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୨ ରନ୍‌କରି ଅପରାଜିତ ଥିଲେ। ମୁସ୍ତାଫିଜୁର ରେହ୍‌ମାନ ୩ଟି ଓ ଅଧିନାୟକ ମହମ୍ମଦୁଲ୍ଲା ୨ଟି ୱିକେଟ ନେଇଥିଲେ। ସମ୍ମୁଖରେ ୨୧୫ ରନ୍‌ର ବିଶାଳ ସ୍କୋର୍‌ ଥିବା ବେଳେ ଘରୋଇ ବାଂଲାଦେଶର ଓପ୍‌ନିଂ ଯୋଡ଼ି ବିଧ୍ୱଂସୀ ବ୍ୟାଟିଂକରି ୬ ଓଭରର ପାୱରପ୍ଲେ ପୂର୍ବରୁ ୭୪ ରନ୍‌ କରିଥିଲେ। ଲିଟନ୍‌ ଦାସ ୧୯ ବଲ୍‌ରୁ ୫ଟି ଛକା ଓ ୨ଟି ଚୌକା ସହ ୪୩ ରନ୍‌କରି ପ୍ରଥମେ ଆଉଟ ହୋଇଥିଲେ। ପରେ ଅନ୍ୟ ଓପ୍‌ନର ତମିମ୍‌ ଇକ୍‌ବାଲ ୨୯ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୪୭ ରନ୍‌ କରିଥିଲେ। ପରେ ସୌମ୍ୟ ସରକାର ୨୨ ବଲ୍‌ରୁ ୨୪ ରନ୍‌ କରିଥିଲେ ହେଁ ଦଳକୁ ଜିତାଇଥିଲେ ମୁସ୍‌ଫିକୁର ରହିମ୍‌। ପ୍ରଥମେ ସୌମ୍ୟଙ୍କ ସହ ରହିମ୍‌ ୫ ଓଭରରୁ ୫୧ ରନ୍‌ ଯୋଗ କରିଥିଲେ। ପରେ ମହମ୍ମଦୁଲ୍ଲାଙ୍କ ସହ ମୁସ୍‌ଫିକୁର ୩ ଓଭରରୁ ୪୨ ରନ୍‌ ନେଇଥିଲେ। ମହମ୍ମଦୁଲ୍ଲା ୧୧ ବଲ୍‌ରୁ ୨୦ ରନ୍‌ କରିଥିଲେ। ବାଂଲାଦେଶ ୮ ବଲ୍‌ରୁ ୧୬ ରନ୍‌ ଆବଶ୍ୟକ କରୁଥିବା ବେଳେ ୬ଟି ବଲ୍‌ରୁ ମୁସ୍‌ଫିକୁର ଏହା ହାସଲ କରି ନେଇଥିଲେ। ମାତ୍ର ୩୫ ବଲ୍‌ରୁ ୪ଟି ଛକା ଓ ୫ଟି ଚୌକା ସହ ୭୨ ରନ୍‌କରି ମୁସ୍‌ଫିକୁର ଅପରାଜିତ ରହିଥିଲେ। ମୁସ୍‌ଫିକୁର ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ। ନୁୱାନ ପ୍ରଦୀପ ୨ଟି ୱିକେଟ ପାଇଥିଲେ।

Hot this week

ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories