www.samajalive.in
Monday, December 15, 2025
14.1 C
Bhubaneswar

ଆଗରୁ ରାହୁଲଙ୍କୁ ଭେଟିଥିଲେ ଗୁଜରାଟରେ ବିଜେପି ଜିତିନଥାନ୍ତା : ହାର୍ଦ୍ଦିକ

ମୁମ୍ବଇ : ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନ ଭେଟିବା ଏକ ଭୁଲ ଥିଲା । ଏହି ନିର୍ବାଚନ ପୂର୍ବରୁ ରାହୁଲଙ୍କ ସହ ସେ ମିଶିଥିଲେ ଗୁଜରାଟରେ ବିଜେପି ଶାସନକୁ ଆସିନଥାନ୍ତା ବୋଲି ପାଟିଦାର ନେତା ହାର୍ଦ୍ଦିକ ପଟେଲ ମତବ୍ୟକ୍ତ କରିଛନ୍ତି ।

ପାଟିଦାର ସଂରକ୍ଷଣ ଦାବି ନେଇ ରାଜନୀତିରେ ପ୍ରବେଶ କରିଥିବା ୨୪ ବର୍ଷିୟ ପାଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ କହିବା ଅନୁସାରେ ନିର୍ବାଚନ ପୂର୍ବରୁ ରାହୁଲ ଓ ତାଙ୍କ ମଧ୍ୟରେ ବୈଠକ ହୋଇଥିଲେ; ଗୁଜରାଟରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିଥାନ୍ତା ଓ ସରକାର ଗଢିଥାନ୍ତା । ମୁମ୍ବଇର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ହାର୍ଦ୍ଦିକ ଏହି ମତବ୍ୟକ୍ତ କରିଛନ୍ତି । ଯଦି ସେ ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କୁ ଭେଟିଥାନ୍ତେ, ତେବେ ଗୁଜରାଟରେ ବିଜେପି ୭୯ରୁ ଅଧିକ ଆସନ ଜିତିପାରିନଥାନ୍ତା ।

- Advertisement -

ପ୍ରକାଶ ଯେ ଗତବର୍ଷ ଡିସେମ୍ବର ମାସରେ ଅନୁଷ୍ଠିତ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ୧୮୨ ଆସନରୁ ୯୯ ଆସନରେ ବିଜୟ ହାସଲ କରି ସରକାର ଗଢିବାରେ ସକ୍ଷମ ହୋଇଛି । ମତଦାନର କିଛି ଦିନ ପୂର୍ବରୁ ହାର୍ଦ୍ଦିକ କଂଗ୍ରେସକୁ ଖୋଲାଖୋଲି ସମର୍ଥନ ଦେଇଥିଲେ । ଏପରିକି ଗୁଜରାଟର ଜଣେ ବରିଷ୍ଠ ପ୍ରଶାସକ ପାଟିଦାର ଆନ୍ଦୋଳନରୁ ଓହରିଯିବା ପାଇଁ ତାଙ୍କୁ ୧,୨୦୦ କୋଟି ଟଙ୍କା ଲାଞ୍ଚ ଯାଚୁଥିଲେ ବୋଲି ହାର୍ଦ୍ଦିକ ପୂର୍ବ ଅଭିଯୋଗକୁ ଦୋହରାଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories