www.samajalive.in
Monday, December 15, 2025
24.1 C
Bhubaneswar

ରାଜ୍ୟସଭା ନିର୍ବାଚନ; ବିଏସ୍‌ପିକୁ କଂଗ୍ରେସର ସମର୍ଥନ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାଜ୍ୟସଭା ନିର୍ବାଚନରେ ବହୁ ଜନ ସମାଜବାଦୀ ପାର୍ଟି (ବସପା)କୁ ସମର୍ଥନ ଦେବାକୁ କଂଗ୍ରେସ ଘୋଷଣା କରିଛି । ବିଧାନସଭାରେ ବିଏସ୍‌ପି ବିଧାୟକ ଦଳ ନେତା ଲାଲଜୀ ବର୍ମାଙ୍କ ସହ ସାକ୍ଷାତକାର ପରେ ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ଅଜୟ କୁମାର ଦଳୀୟ ନିଷତ୍ତିର ଘୋଷଣା କରିଥିଲେ ।

ପ୍ରକାଶ ଯେ ମାର୍ଚ୍ଚ ୨୩ରେ ଉତ୍ତରପ୍ରଦେଶର ୧୦ ରାଜ୍ୟସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ସଂଖ୍ୟାଗରିଷ୍ଠତା ଦୃଷ୍ଟରୁ ଶାସକ ବିଜେପି ନିଜର ୮ ପ୍ରାର୍ଥୀଙ୍କୁ ରାଜ୍ୟସଭାକୁ ପଠାଇ ପାରିବ । ସେହିପରି ବିଏସ୍‌ପି ଏବଂ ଏସପି ନିଜର ଗୋଟିଏ ଲେଖାଏଁ ପ୍ରାର୍ଥୀଙ୍କୁ ରାଜ୍ୟସଭାକୁ ପଠାଇ ପାରିବେ । ପୂର୍ବରୁ ଏସ୍‌ପି ଜୟା ବଚନଙ୍କୁ ଏବଂ ବିଏସ୍‌ପି ଭୀମରାଓ ଆମ୍ବେଦକରଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛନ୍ତି ।

- Advertisement -

ବର୍ତ୍ତମାନ ବିଧାନସଭା ସ୍ଥିତିକୁ ଅନୁଧ୍ୟାନ କଲେ ବିଏସପି ପାଖରେ ୧୯ ବିଧାୟକ ଅଛନ୍ତି ଓ କଂଗ୍ରେସ ପାଖରେ ୭ ସଦସ୍ୟ ଅଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ଅଜୟ କୁମାର କହିଛନ୍ତି ଯେ କଂଗ୍ରେସ ଲୋକସଭାରେ ସବୁଠୁ ବଡ଼ ବିରୋଧୀ ଦଳ ରହିଛି । ବିରୋଧୀ ଦଳଙ୍କୁ ବିଜେପି ବିରୁଦ୍ଧରେ ଏକାଠି ହେବାକୁ ଦଳ ଆହ୍ୱାନ ଜଣାଇଛି, ଏଥିରେ କିଛି ଦଳ ରାଜି ନାହାନ୍ତି । ଏଥିପାଇଁ ରାଜ୍ୟସଭା ନିର୍ବାଚନରେ ବିଏସ୍‌ପି ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ ଜଣାଇବାକୁ ନିଷ୍ପତ୍ତି ନେଇଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories