mission shakti banner

୫ ବର୍ଷରେ ‘ନୋଟା’କୁ ୧.୩୩ କୋଟି ଭୋଟ୍‌

BSKY banner  750×100
0

ନୂଆଦିଲ୍ଲୀ : ଭାରତୀୟ ଭୋଟିଂ (ମତଦାନ) ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ସ୍ୱରୂପ ‘ନନ୍‌ ଅଫ୍‌ ଦି ଏବଭ୍‌ (ନୋଟା)’ ବ୍ୟବସ୍ଥାର ପ୍ରଚଳନକୁ ଇତିମଧ୍ୟରେ ପାଞ୍ଚ ବର୍ଷ ପୂର୍ତ୍ତି ହୋଇଛି। ଇତିମଧ୍ୟରେ ‘ନୋଟା’ର ବହୁଳ ବ୍ୟବହାର ହୋଇଥିବା ଗଣତାନ୍ତ୍ରିକ ସଂସ୍କାର ସଂଘ (ଏଡିଆର୍‌) ଏବଂ ଜାତୀୟ ନିର୍ବାଚନ ତଦାରଖ (ନ୍ୟୁ) ପକ୍ଷରୁ ‘ନୋଟା’ ବ୍ୟବହାର ଉପରେ ହୋଇଥିବା ଅନୁଧ୍ୟାନରୁ ଜଣାପଡିଛି। ଅନୁଧ୍ୟାନ ରିପୋର୍ଟ ଅନୁଯାୟୀ, ବିଗତ ୫ ବର୍ଷ ମଧ୍ୟରେ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନରେ ‘ନୋଟା’କୁ ୧.୩୩ କୋଟି ଭୋଟ ମିଳିଛି। ବିଧାନସଭା ନିର୍ବାଚନଗୁଡିକରେ ଏହା ହାରାହାରି ୨.୭୦ ଲକ୍ଷ ଭୋଟ ପାଇଛି। ଦିଲ୍ଲୀ ଏବଂ ଆନ୍ଧ୍ରପ୍ରଦେଶର ଏନ୍‌ସିଟି ନିର୍ବାଚନରେ ବହୁ ସଂଖ୍ୟକ ଭୋଟର ‘ନୋଟା’ରେ ଭୋଟ ଦେଇଛନ୍ତି। ଏହି ନିର୍ବାଚନମଣ୍ଡଳୀଗୁଡିକରେ ‘ନୋଟା’ର ଭୋଟ ସଂଖ୍ୟା ଯଥାକ୍ରମେ ତୃତୀୟ ଏବଂ ଚତୁର୍ଥ ସର୍ବାଧିକ ବୋଲି ଘୋଷଣା କରାଯାଇଛି। ୨୦୧୭ରେ ଗୋଆର ପାଣାଜୀ ଏବଂ ଭାଲପୋଇ ଉପନିର୍ବାଚନରେ ‘ନୋଟା’ ଯଥାକ୍ରମେ ୩୦୧ (ଭୋଟ ଭୋଟର୧.୯୪%) ଏବଂ ୪୫୮(୧.୯୯%) ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲା। ସେହିଭଳି ୨୦୧୪ରେ ପ୍ରଥମଥର ଲାଗି ଲୋକସଭା ନିର୍ବାଚନରେ ‘ନୋଟା’ର ପ୍ରଚଳନ ହୋଇଥିଲା। ଏଥିରେ ମୋଟ ୬୦,୦୨,୯୪୨ ଭୋଟର ‘ନୋଟା’ରେ ମୋହର ମାରିଥିଲେ। ତାମିଲନାଡୁର ନୀଳଗିରି ନିର୍ବାଚନମଣ୍ଡଳୀରେ ‘ନୋଟା’କୁ ସର୍ବାଧିକ ୪୬,୫୫୯ ଭୋଟ ଏବଂ ଲାକ୍ଷାଦ୍ୱୀପରେ ସର୍ବନିମ୍ନ ୧୨୩ ଭୋଟ ମିଳିଥିବା ପ୍ରକାଶ। ଏହି ପାଞ୍ଚବର୍ଷ ମଧ୍ୟରେ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ମଧ୍ୟରୁ ୨୦୧୫ରେ ‘ନୋଟା’ ସପକ୍ଷରେ ସବୁଠାରୁ ଅଧିକ ୨.୦୮% (୯,୮୩,୧୭୬ ଭୋଟ) ମତଦାନ ହୋଇଥିଲା। ବିଶେଷକରି ବିହାରରେ ୯,୪୭,୨୭୯ ଏବଂ ଦିଲ୍ଲୀରେ ୩୫,୮୯୭ ଭୋଟ ‘ନୋଟା’କୁ ଯାଇଥିଲା ବୋଲି ଅନୁଧ୍ୟାନ ରିପୋର୍ଟରୁ ଜଣାପଡିଛି।
ଉଲ୍ଲେଖ ଯେ, ୨୦୧୩ ସେପ୍ଟେମ୍ବର ୨୭ରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ବ୍ୟବସ୍ଥା ପ୍ରଚଳନ ନିର୍ଦେଶ ଦେଇଥିଲେ। ଏଥିକ୍ରମେ ବ୍ୟାଲଟ୍‌ ପେପର୍‌ ତଥା ଇଭିଏମ୍‌ରେ ‘ନୋଟା’କୁ ସାମିଲ କରାଯାଇଥିଲା। ଯଦି କୌଣସି ଭୋଟର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ କାହାରିକୁ ଭୋଟ ଦେବାକୁ ଚାହାନ୍ତି ନାହିଁ, ତା’ହେଲେ ସେ ‘ନୋଟା’ରେ ମୋହର ମାରିପାରିବେ ଅଥବା ଏ ନେଇ ଇଭିଏମ୍‌ରେ ଉଦ୍ଦିଷ୍ଟ ‘ନୋଟା’ ବଟନ୍‌ ଦବାଇ ପାରିବାର ବ୍ୟବସ୍ଥା କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ପ୍ରଥମଥର ଲାଗି ୨୦୧୩ରେ ଛତିଶଗଡ଼, ମିଜୋରାମ, ରାଜସ୍ଥାନ, ଦିଲ୍ଲୀ ଏବଂ ମଧ୍ୟପ୍ରଦେଶରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ‘ନୋଟା’ର ପ୍ରଚଳନ ହୋଇଥିଲା।

Leave A Reply