ରୋବଟ ପରିଚାଳିତ ବ୍ୟାଙ୍କ
ପଞ୍ଚତାରକା ହୋଟେଲ, ରେସ୍ତୋରାଁ ଏପରିକି କେତେକ କାର୍ୟ୍ୟାଳୟରେ ମଧ୍ୟ ରୋବଟଙ୍କୁ ନିଯୁକ୍ତି ଦିଆଯାଇଛି ଇତିମଧ୍ୟରେ। ଜାପାନ, କୋରିଆ, ଚୀନ୍, ଆମେରିକାରେ ଏଭଳି ସଂଖ୍ୟାଧିକ ସଂସ୍ଥା ଅଛି। ପ୍ରଥମକରି ଚୀନର ଏକ ବ୍ୟାଙ୍କ୍ ତା’ର ଗୋଟିଏ ବିଭାଗରୁ ସମସ୍ତ କର୍ମଚାରୀଙ୍କୁ ହଟାଇ ରୋବଟଙ୍କୁ ନିଯୁକ୍ତି କରିଛି। ଏପରି କରିବା ପଛର ଯୋଜନା ମଧ୍ୟ ବ୍ୟାଙ୍କ୍ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ଦିନ-ରାତି ୨୪ ଘଣ୍ଟା ଗ୍ରାହକଙ୍କୁ ସେବା ଦିଆଯିବା ସହ ଚୋରିର ଭୟ ମଧ୍ୟ ନାହିଁ। ବ୍ୟାଙ୍କର ପ୍ରବେଶ ଦ୍ବାରରେ ରୋବଟ ରହି ଗ୍ରାହକଙ୍କୁ ସ୍ବାଗତ କରିଥାଏ। ପରବର୍ତ୍ତୀ ପର୍ୟ୍ୟାୟରେ ଗ୍ରାହକଙ୍କ ଚେହେରାକୁ ନିରୀକ୍ଷଣ କରି ରୋବଟ୍ ତାଙ୍କ ଆକାଉଣ୍ଟ ସମ୍ପର୍କିତ ସହାୟତା କରୁଥିବାର ପ୍ରକାଶ। ସ୍ଥାନୀୟ ଯୁବପିଢ଼ି ରୋବଟ୍ ସେବାରେ ବେଶ୍ ଆଶ୍ବସ୍ତ ଥିବାବେଳେ ସେଠା ବୟସ୍କଲୋକେ ବ୍ୟାଙ୍କରେ ରୋବଟ୍ କର୍ମଚାରୀଙ୍କ କାମକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଖୁବ୍ ଶୀଘ୍ର ଚୀନର ପ୍ରତ୍ୟେକ ବ୍ୟାଙ୍କରେ ରୋବଟ୍ କର୍ମଚାରୀ ନିଯୁକ୍ତି ଦିଆଯିବ ବୋଲି ଶୁଣାଯାଉଛି। ଆଗାମୀ ଦିନରେ ପରିସ୍ଥିତି କ’ଣ ହେବ, ତାହା ସହଜରେ ଅନୁମେୟ।