www.samajalive.in
Tuesday, December 9, 2025
16.1 C
Bhubaneswar

ପୂର୍ଣ୍ଣିମା ଦିନ ଆପଣାନ୍ତୁ ଏହି ଉପାୟ, ସୁଖମୟ ଦାମ୍ପତ୍ୟ ଜୀବନ ପ୍ରାପ୍ତି ସହ ଦୂର ହୁଏ ଆର୍ଥିକ ସମସ୍ୟା

ପୂର୍ଣ୍ଣିମା ହେଉଛି ସେହି ଦିନ, ଯେଉଁଦିନ ଚନ୍ଦ୍ର ନିଜର ପୂର୍ଣ୍ଣ ଆକୃତିରେ ଆସିଥାଆନ୍ତି। ପୂର୍ଣ୍ଣିମା ଦିନ ମା’ଲକ୍ଷ୍ମୀଙ୍କୁ ବେଶ ପ୍ରିୟ। ଏହି ଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା ମା’ଙ୍କ ଅଶେଷ କୃପା ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।
ଚନ୍ଦ୍ରମା ମନର କାରକ ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚନ୍ଦ୍ରମା କର୍କଟ ରାଶିଙ୍କ ସ୍ୱାମୀ ଓ ଯେପରି ଚନ୍ଦ୍ରମା କୃଷ୍ଣ ପକ୍ଷରେ ଛୋଟ ଓ ଶୁକ୍ଳପକ୍ଷରେ ପୂର୍ଣ୍ଣ ହୋଇଥାଆନ୍ତି , ମନୁଷ୍ୟଙ୍କ ମନ ଉପରେ ମଧ୍ୟ ସେଭଳି ପ୍ରଭାବ ପଡ଼ିଥାଏ।
ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ପୂର୍ଣ୍ଣିମା ଦିନ ଅଶ୍ୱତ୍ଥ ବୃକ୍ଷରେ ମା’ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଏହି ଦିନ ସ୍ନାନ କରିବା ପରେ ଅଶ୍ୱତ୍ଥ ବୃକ୍ଷ ମୂଳରେ କିଛି ମିଠା ଦ୍ରବ୍ୟ ଓ ଜଳ ଅର୍ପଣ କରନ୍ତୁ।
ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ପୂର୍ଣ୍ଣମା ଦିନ ପତି-ପତ୍ନୀ ଏକତ୍ରିତ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଦାନ କରନ୍ତୁ।
ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପୂର୍ଣ୍ଣିମା ଦିନ ଚନ୍ଦ୍ର ଆସିବା ସମୟରେ ଚନ୍ଦ୍ରମାଙ୍କୁ କଞ୍ଚା କ୍ଷୀର ଓ ଚାଉଳ ମିଶାଇ ଅର୍ପଣ କରନ୍ତୁ।
ପୂର୍ଣ୍ଣମା ଦିନ ମା’ଲକ୍ଷ୍ମୀଙ୍କ ପ୍ରତିମାରେ ୧୧ଟି କଉଡ଼ିରେ ହଳଦୀ ଲଗାନ୍ତୁ। ପର ଦିନ ସେହି କଉଡ଼ିକୁ ଏକ ଲାଲ ରଙ୍ଗର କପଡାରେ ବାନ୍ଧି ନିଜ ଧନ ରଖିଥିବା ସ୍ଥାନରେ ରଖନ୍ତୁ। ଏପରି କରିବା ଦ୍ୱାରା ଧନସମ୍ପତ୍ତି ଜନିତ ସମସ୍ୟା ଦୂର ହୋଇଥାଏ। ଧନ ବୃଦ୍ଧି ହୋଇଥାଏ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories