ପୂର୍ଣ୍ଣ ସମର୍ପଣ

0

ସବୁକିଛି ଠିକ୍‌ଠାକ୍‌ ଚାଲିଥିଲାବେଳେ ହଠାତ୍‌ ପରିବାର ଉପରେ ଦୁର୍ଦିନର କଳାବାଦଲ ଦେଖାଦେଇଥିଲା। ଅତି ଆକସ୍ମିକ ଭାବରେ ପ୍ରଥମେ ଯୁବକଙ୍କ ମାଆ ଓ ପରେପରେ ରୋଜଗାରକ୍ଷମ ବାପା ଅକାଳ ମୃତ୍ୟୁବରଣ କରିଥିଲେ। ଏବେ ପରିବାର ପ୍ରତିପୋଷଣର ଭାର ପଡ଼ିଥିଲା ଯୁବକଙ୍କ ଉପରେ। ପରିବାରରେ ଥିଲେ ଛୋଟ​‌େ​‌ଛାଟ ଦୁଇ ଭାଇ ଓ ଭଉଣୀ। ଅଗତ୍ୟା ଅର୍ଥଉପାର୍ଜନ ପାଇଁ କୌଣସିଠାରେ କାମ କରିବା ଲକ୍ଷ୍ୟ ରଖି ଯୁବକ ଗୃହତ୍ୟାଗୀ ହୋଇଥିଲେ।
ଜଣେ ଜମିଦାରଙ୍କ ଘରେ ପହଞ୍ଚିଥିଲେ କାମ କରିବା ଆଶାରେ। ଜମିଦାରଙ୍କୁ ସାକ୍ଷାତ୍‌ କଲେ। ଜମିଦାର ନାମ ପଚାରିବାରୁ ଯୁବକ କହିଥିଲେ ମୁଁ ଆପଣଙ୍କ ସେବକ ଭାବରେ କାମ କରିବାକୁ ଚାହୁଁଛି। ତେଣୁ ସେହି ନାମରେ ଆପଣ ସମ୍ବୋଧନ କରିପାରନ୍ତି।
ଜମିଦାର ପୁନଃ ପଚାରିଥିଲେ ତୁମେ କି କାମ କରିବାକୁ ଚାହୁଁଛ? ତୁମର ଖାଦ୍ୟ ରୁଚି, ବିଶେଷ ଗୁଣ ସମ୍ପର୍କରେ କୁହ। ଯୁବକ ପୂର୍ବଭଳି କହିଥିଲେ ଆଜ୍ଞାବହ ହିସାବରେ ଆପଣ ଯେଉଁ ଦାୟିତ୍ବ ଦେବେ ତାହା ସଂପାଦନ କରିବି ନିଶ୍ଚୟ। ଆଉ ଖାଦ୍ୟ ସମ୍ପର୍କ​‌େ​‌ର କହିଲେ ଯେ ଆପଣଙ୍କ ପ୍ରଦତ୍ତ ଖାଦ୍ୟରେ ହିଁ ଖୁସି ରହିବି। ଏଥିରେ ଭଲମନ୍ଦ କ’ଣ ଅଛି? ସେ ସବୁ ମୋ ନିକଟରେ ଗୌଣ। କେବଳ ଏତିକି ମୁଁ କହିପାରିବି ଆପଣଙ୍କ ନିର୍ଦେଶ ମୁତାବକ, ଅନୁଗତ ଭାବରେ ହିଁ କାର୍ଯ୍ୟ ସଂପାଦନ କରିବି।
ଜମିଦାର କ୍ଷୁବ୍ଧହୋଇ କହିଥିଲେ ତୁମେ ଠିକ୍‌ କ’ଣ କହିବାକୁ ଚାହୁଁଛ ତୁମ ଇଚ୍ଛା ବ୍ୟକ୍ତ କର।
ଏହାଶୁଣି ସେବକ କହିଥିଲେ- ମୋର ନିଜସ୍ବ ଇଚ୍ଛା କ’ଣ ବା ଅଛି। ଦାସ ବା ସେବକର ଇଚ୍ଛା ତ ସବୁବେଳେ ମାଲିକଙ୍କ ଇଚ୍ଛାଧୀନ। ତେବେ ମୁଁ ଏତିକି ଦୃଢ଼ତାର ସହ କହିପାରିବି ମୁଁ ପୂର୍ଣ୍ଣ ସମର୍ପଣ ଭାବ ନେଇ, ନିଷ୍ଠାରସହ କର୍ମ ସଂପାଦନ କରିବି। ଏହାକୁ ଆପଣ ବିଶେଷ ଗୁଣ କହିପାରନ୍ତି।
ଏହା ଶୁଣିବା ପରେ ଜମିଦାର ଅତି ପ୍ରସନ୍ନ ହୋଇ ଯାଇଥିଲେ, ସେବକକୁ ଆଲିଙ୍ଗନ କରି କହିଥିଲେ- ଯୁବକ! ତୁମେ ଆଜି ମୋର ଆଖି ଖୋଲି ଦେଇଛ। ତୁମକୁ ମୁଁ ଗୁରୁ ଭାବରେ ସ୍ବୀକାର କରୁଛି। ଭଗବାନ ମୋତେ ସବୁ କିଛି ଦେଇଛନ୍ତି। ଧନଦୌଲତ, ସେବକ, ସନ୍ତାନସନ୍ତତି, ପ୍ରତିପତ୍ତି ସବୁ କିଛି। କୌଣସିଥିରେ ମୋର ଅଭାବ ନାହିଁ। ସବୁସେଇ ଈଶ୍ବର ହିଁ ଦେଇଛନ୍ତି। ହେଲେ ମୁଁ ଏହା ଭୁଲିଯାଇ ଆଜି ପର୍ଯ୍ୟନ୍ତ ତାଙ୍କୁ ଆଦରି ଅଧିକ ଧନସମ୍ପଦ ମାଗି କେବଳ ନିଜର ନିକୃଷ୍ଟତା ହିଁ ଦେଖାଇଛି, ଦୈନ୍ୟତା ପ୍ରତିପାଦିତ କରିଛି। ତାଙ୍କର ମହାନତା ସମ୍ପର୍କର ତୁମେ ହିଁ ମୋତେ ଶିକ୍ଷା ଦେଲ। ସବୁର ମାଲିକ ଭାବରେ ସେ ମୋତେ ଯାହା କିଛି ଦେଇଛନ୍ତି ତା ପରିବର୍ତ୍ତେ ତାଙ୍କ ପ୍ରତି ମୋର ପୂର୍ଣ୍ଣ ସମର୍ପଣ ଭାବ ରହିବା ଉଚିତ। କିନ୍ତୁ ମୁଁ ଐଶ୍ବର୍ଯ୍ୟ, ପ୍ରଭୁତ୍ବକୁ ନେଇ ଏହା ଭୁଲିଯାଇଥିଲି। ପ୍ରତ୍ୟେକ ବ୍ୟକ୍ତି ସେବକ ଭାବରେ ସେମାନଙ୍କ ମାଲିକ (ଈଶ୍ବର)ଙ୍କ ପ୍ରତିପୂର୍ଣ୍ଣ ସମର୍ପଣ ଭାବ ରଖିବାକୁ ତୁମେ ହିଁ ଶିକ୍ଷା ଦେଇ ମୋର ଆଖି ଖୋଲିଦେଇଛ।’

Leave A Reply