ଶ୍ରୀମନ୍ଦିରରେ ୨୦ରୁ ନୂଆ ଦର୍ଶନ ବ୍ୟବସ୍ଥା

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ମଙ୍ଗଳବାର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ପୂର୍ବ ଘୋଷଣା ଅନୁଯାୟୀ ଶ୍ରଦ୍ଧାଳୁ କେବଳ ସିଂହଦ୍ଵାରରେ ପ୍ରବେଶ ଏବଂ ଅନ୍ୟ ୩ଦ୍ଵାରରେ ପ୍ରସ୍ଥାନ କରିଛନ୍ତି। ଅନ୍ୟପକ୍ଷରେ ଜାନୁଆରୀ ୨୦ରୁ ନୂଆ ଦର୍ଶନ ବ୍ୟବସ୍ଥା ଲାଗୁ କରାଯିବ ବୋଲି ମଙ୍ଗଳବାର ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

prayash

ନୂଆ ବର୍ଷରେ ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାର୍କେଟ ଛକରୁ ମରିଚିକୋଟ ପର୍ଯ୍ୟନ୍ତ ବାରିକେଡ଼ କରାଯାଇଥିଲା। ସୋମବାର କିଛି ଶ୍ରଦ୍ଧାଳୁ ଅଚେତ ହୋଇପଡ଼ିବା ଘଟଣାରେ ପ୍ରଶାସନର ଚେତା ପଶିଛି। ମଙ୍ଗଳବାର ୩ଟି ଧାଡ଼ିରେ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ବାରିକେଡ଼ ପାର୍ଶ୍ଵରେ ଫ୍ୟାନ୍ ଏବଂ ପାଣିର ବ୍ୟବସ୍ଥା କରାଯାଇଥିଲା।

Comments are closed.