ପୁରୀ: ପୁରୀରେ ଲୋକଙ୍କୁ ଧମକ ଦେଇ ଦାଦାବଟି ମାଗିବା ଅଭିଯୋଗରେ ଟାଉନ ଥାନା ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ଦାମୋଦର ରୋଡର ରବୀନ୍ଦ୍ର ପ୍ରଧାନ ଓ ନରସିଂହ ପଣ୍ଡା ଏବଂ ଜଗନ୍ନାଥ ବଲ୍ଲଭ ଅଞ୍ଚଳର ଶଙ୍କର ଭୋଇ। ଗିରଫ ପରେ ସେମାନଙ୍କୁ କୋର୍ଟ ପଠାଯାଇଛି। ପୁଲିସ ଏହି ଘଟଣାରେ ଅଧିକ ତଦନ୍ତ କରିବା ସହ ଆଉ କେଉଁମାନେ ଦାଦାବଟି ମାଗିବା ଘଟଣାରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ଖୋଜୁଛି।
Popular Categories



