ହାତ ଛାଡ଼ିବାର ୨ ଦିନ ପରେ ପଦ୍ମ ଧରିଲେ ରାଧିକା ଖେରା, କହିଲେ- କଂଗ୍ରେସ ରାମ ବିରୋଧୀ..

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ମୁଖପାତ୍ର ରାଧିକା ଖେରା ବିଜେପିରେ ସାମିଲ ହୋଇଛନ୍ତି। ଦୁଇ ଦିନ ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଇଥିବା ରାଧିକା ମଙ୍ଗଳବାର ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି। ତାଙ୍କୁ କଂଗ୍ରେସରେ ଅସମ୍ମାନିତ କରାଯାଇଥିବା ଅଭିଯୋଗ କରିଥିଲେ ରାଧିକା ଖେରା।

prayash

ବିଜେପିରେ ଯୋଗଦେବା ପରେ ପୂର୍ବତନ କଂଗ୍ରେସ ନେତ୍ରୀ ରାଧିକା ଖେରା କହିଛନ୍ତି ଯେ, ରାମ ଭକ୍ତ ହୋଇଥିବାରୁ ରାମଲାଲାଙ୍କ ଦର୍ଶନ କରିବାରୁ କୌଶଲ୍ୟା ମାତାଙ୍କ ଭୂମିରେ ମୋତେ ଦୁର୍ବ୍ୟବହାର କରାଗଲା। ସେ ଆହୁରି କହିଛନ୍ତି, ଆଜିର କଂଗ୍ରେସ ମହାତ୍ମା ଗାନ୍ଧୀଙ୍କ କଂଗ୍ରେସ ନୁହେଁ, ଏହା ରାମ ବିରୋଧୀ, ହିନ୍ଦୁ ବିରୋଧୀ କଂଗ୍ରେସ।

 

Comments are closed.