ଭୁବନେଶ୍ବର: ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ କଂଗ୍ରେସ ଛାଡ଼ିଲେ। ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ନାମରେ ଦୁର୍ବ୍ୟବହାର ଅଭିଯୋଗ ଆଣି ଦଳ କଂଗ୍ରେସରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି। ତାଙ୍କ ଇସ୍ତଫାପତ୍ର ଏଆଇସିସି ପ୍ରେସିଡେଣ୍ଟଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହାହସିତ ସେ ବାଲେଶ୍ବର ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା କରିଛନ୍ତି। ୧୯୯୦ରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ବିଧାୟକ ନିର୍ବାଚିତ ହୋଇଥିଲେ ଚିତ୍ତରଞ୍ଜନ ଷଡ଼ଙ୍ଗୀ । ତେବେ ୨୦୧୫ରେ କଂଗ୍ରେସରେ ସାମିଲ ହୋଇଥିଲେ ଚିତ୍ତରଞ୍ଜନ ଷଡ଼ଙ୍ଗୀ। ଅପରପକ୍ଷରେ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଆଣିଥିବା ଅଭିଯୋଗ ନେଇ ଶ୍ରୀକାନ୍ତ ଜେନାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଆଜି ବାଲେଶ୍ଵର କଂଗ୍ରେସ ସାଂସଦ ପାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ସେ ଦଳ ଛାଡିବା ସହ ସ୍ୱାଧୀନ ପାର୍ଥୀ ଭାବେ ବାଲେଶ୍ଵର ଲୋକସଭା ଆସନରୁ ଲଢ଼ିବେ ବୋଲି ସାମ୍ବାଦିକ ସମ୍ମିଳନୀ କରି ଘୋଷଣ ସୂଚନା ଦେଇଛନ୍ତି।



