www.samajalive.in
Saturday, December 6, 2025
16.1 C
Bhubaneswar

କେଜ୍ରିଓ୍ବାଲ ନିରାଶ, ଜାମିନ ଆବେଦନ ଉପରେ ରାୟ ନ ଶୁଣାଇ ଉଠିଗଲେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ

ନୂଆଦିଲ୍ଲୀ: ପୁଣି ନିରାଶ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ମିଳିଲାନି ଅନ୍ତରୀଣ ଜାମିନ। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲ୍‌ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ମଙ୍ଗଳବାର ଶୁଣାଣି ହୋଇଥିଲା ସତ, କିନ୍ତୁ କୌଣସି ରାୟ ନଦେଇ ଉଠିଗଲେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ। ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଗୁରୁବାର କିମ୍ବା ଆସନ୍ତା ସପ୍ତାହରେ କେଜ୍ରିୱାଲଙ୍କ ଆବେଦନ ଉପରେ ରାୟ ଶୁଣାଇ ପାରନ୍ତି।

ଇଡିର ଗିରଫଦାରୀକୁ ବିରୋଧ କରିବା ସହ ଅନ୍ତରୀଣ ଜାମିନ ପାଇଁ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ କେଜ୍ରିଓ୍ବାଲ। ଆଜି ଏହି ମାମଲାର ଶୁଣାଣି ହୋଇଥିଲା। ତେବେ ଶୁଣାଣି ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଉପରେ ବର୍ଷିଥିଲେ କୋର୍ଟ। ତାଙ୍କ ଗିରଫଦାରୀକୁ ନେଇ ଇଡିକୁ ଅନେକ ପ୍ରଶ୍ନ ମଧ୍ୟ କରିଥିଲେ। ସୁପ୍ରିମକୋର୍ଟରେ ଉଭୟ ପକ୍ଷ ଗୋଟିଏ ପରେ ଗୋଟିଏ ଦଲିଲ ରଖିଥିଲେ। କୋର୍ଟ କେଜ୍ରିଓ୍ୱାଲଙ୍କ ସପକ୍ଷରେ କିଛି କଥା କହିଥିଲେ ମଧ୍ୟ ତାଙ୍କ ଜାମିନ ଆବେଦନ ଉପରେ କିନ୍ତୁ କିଛି ରାୟ ଶୁଣାଇ ନାହାନ୍ତି।

- Advertisement -

 

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories