www.samajalive.in
Sunday, December 7, 2025
26.1 C
Bhubaneswar

ମାସେ ପାଇଁ ଟ୍ରେନ ବାତିଲ

ଭୁବନେଶ୍ବର: ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରୁ ଛାଡୁଥିବା ଏବଂ ଯାତ୍ରା ସମାପ୍ତ କରୁଥିବା ତିନି ଯୋଡ଼ା ଦୂରଗାମୀ ରେଳକୁ ଆଉ ଗୋଟିଏ ମାସ ପର୍ଯ୍ୟନ୍ତ ବାତିଲ କରାଯାଉଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ପ୍ରତ୍ୟେକ ସୋମବାର ଏବଂ ଗୁରୁବାରରେ ଛାଡୁଥିବା ଭୁବନେଶ୍ୱର-ମୁମ୍ବଇ ଏଲଟିଟି ଏକ୍ସପ୍ରେସ ଜୁନ ୨୩ ପର୍ଯ୍ୟନ୍ତ ବାତିଲ ରହିବ। ମୁମ୍ବଇ ଏଲଟିଟିରୁ ପ୍ରତି ବୁଧବାର ଏବଂ ଶନିବାର ଛାଡୁଥିବା ମୁମ୍ବଇ ଏଲଟିଟି-ଭୁବନେଶ୍ୱର ଏକ୍ସପ୍ରେସ ଜୁନ ୧୮ ପର୍ଯ୍ୟନ୍ତ ବାତିଲ ରହିବ। ସେହିପରି ପୁରୀରୁ ପ୍ରତି ମଙ୍ଗଳବାର ଛାଡୁଥିବା ପୁରୀ-ମୁମ୍ବଇ ଏଲଟିଟି ଏକ୍ସପ୍ରେସ ଜୁନ ୨୧ ପର୍ଯ୍ୟନ୍ତ ଏବଂ ମୁମ୍ବଇ ଏଲଟିଟିରୁ ପ୍ରତ୍ୟେକ ଗୁରୁବାର ଛାଡୁଥିବା ମୁମ୍ବଇ ଏଲଟିଟି-ପୁରୀ ଏକ୍ସପ୍ରେସ ଜୁନ ୨୩ ପର୍ଯ୍ୟନ୍ତ ବାତିଲ ରହିବ।

ବିଶାଖାପାଟଣାରୁ ପ୍ରତି ରବିବାର ଛାଡୁଥିବା ବିଶାଖାପାଟଣା-ମୁମ୍ବଇ ଏଲଟିଟି ଏକ୍ସପ୍ରେସ ଜୁନ ୧୯ ପର୍ଯ୍ୟନ୍ତ ଏବଂ ମୁମ୍ବଇ ଏଲଟିଟିରୁ ପ୍ରତି ମଙ୍ଗଳବାର ଛାଡୁଥିବା ମୁମ୍ବଇ ଏଲଟିଟି-ବିଶାଖାପାଟଣା ଏକ୍ସପ୍ରେସ ଜୁନ ୨୧ ପର୍ଯ୍ୟନ୍ତ ବାତିଲ ରହିବ। ଅନ୍ୟପଟେ ପୂର୍ବତଟ ରେଳପଥ ୱାଲଟିୟର ଏବଂ ସମ୍ବଲପୁର ରେଳମଣ୍ଡଳ ମଧ୍ୟରେ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଟ୍ରାକ ରକ୍ଷଣାବେକ୍ଷଣ ସହିତ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ନିମ୍ନଲିଖିତ ରେଳଗୁଡିକ ବାତିଲ କରାଯାଇଛି। ରେଳ ଗୁଡିକ ହେଲା, ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଣ୍ଟରସିଟି, ବିଶାଖାପାଟଣା-ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି, ବିଶାଖାପାଟଣା-ପଲାସା-ବିଶାଖାପାଟଣା ଏକ୍ସପ୍ରେସ, ବିଶାଖାପାଟଣା-କୋରାପୁଟ-ବିଶାଖାପାଟଣା ପାସେଞ୍ଜର ସ୍ପେଶାଲ, ପୁରୀ-ଗୁଣୁପୁର-ପୁରୀ ଏକ୍ସପ୍ରେସ ଏବଂ ପୁରୀ-ଅନୁଗୋଳ-ପୁରୀ ପାସେଞ୍ଜର ସ୍ପେଶାଲ ରେଳ ରହିଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories