www.samajalive.in
Monday, December 15, 2025
24.1 C
Bhubaneswar

ଆଭାସିରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ପୁରୀ-ଭୁବନେଶ୍ବର-ହାୱଡ଼ା ମଧ୍ୟରେ ଚଳାଚଳ କରିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ଆନୁଷ୍ଠାନିକ ଭାବେ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି। ଏହି ରେଳ ନିୟମିତ ଚଳାଚଳ ନେଇ ଆସନ୍ତା ୧୫ତାରିଖରେ ଉଦ୍‌ଘାଟନ କରାଯିବ। ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ବନ୍ଦେ ଭାରତ ଏକ୍ସପ୍ରେସକୁ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ଥିବା କୁହାଯାଉଥିଲା; କିନ୍ତୁ କୌଣସି କାରଣବଶତଃ ପ୍ରଧାନମନ୍ତ୍ରୀ ଓଡ଼ିଶା ନଆସି ଦିଲ୍ଲୀରୁ ଆଭାସିରେ ଏହି ରେଳକୁ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ଆପାତତଃ ସ୍ଥିର ହୋଇଛି। ଉଦ୍‌ଘାଟନ ଉତ୍ସବରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ। ବନ୍ଦେ ଭାରତ ଉଦ୍‌ଘାଟନ ନେଇ ପୂର୍ବତଟ ରେଳପଥ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଏପ୍ରିଲ ୨୮ରେ ପ୍ରଥମ ଥର ଲାଗି ହାୱଡ଼ା-ଭୁବନେଶ୍ବର-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ପରୀକ୍ଷାମୂଳକ ଭାବେ ଚଳାଚଳ କରିଥିବା ବେଳେ ପୁଣି ୩୦ରେ ଦ୍ବିତୀୟ ଥର ପାଇଁ ପରୀକ୍ଷାମୂଳକ ଭାବେ ଗଡ଼ିଥିଲା। ସକାଳ ୬ଟା ୧୦ମିନିଟରେ ହାୱଡ଼ାରୁ ଏହି ରେଳ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଏହା ଖଡ଼ଗପୁର, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୨ମିନିଟ ଲେଖାଏଁ ରହଣି କରିବା ପରେ ପୁରୀରେ ୧୨ଟା ୩୫ମିନିଟରେ ପହଞ୍ଚିଥିଲା। ପୁଣି ମଧ୍ୟାହ୍ନ ୧ଟା ୫୦ ମିନିଟରେ ପୁରୀରୁ ହାୱଡ଼ା ଛାଡ଼ିଥିଲା ବନ୍ଦେ ଭାରତ। ରାତି ସାଢ଼େ ୮ଟାରେ ହାୱଡ଼ା ପହଞ୍ଚିଥିଲା। ପୁରୀ ଓ ହାୱଡ଼ା ରେଳପଥ ଦୂରତା ୫୨୨ କିମି। ଦ୍ରୁତଗାମୀ ଅଥବା ଅତି ଦ୍ରୁତଗାମୀ ରେଳ ଏହି ଦୂରତା ଅତିକ୍ରମ କରିବା ପାଇଁ ପ୍ରାୟ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ସମୟ ନେଇଥାଏ; ତେବେ ବନ୍ଦେ ଭାରତ ଘଣ୍ଟା ପ୍ରତି ୧୩୦କିମି ଚଳାଚଳ କରିବା ଦ୍ବାରା ପ୍ରାୟ ସାଢ଼େ ୨ଘଣ୍ଟା ସମୟ ପୂର୍ବରୁ ପହଞ୍ଚିବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories