www.samajalive.in
Monday, December 15, 2025
16.1 C
Bhubaneswar

ଅନ୍ତର୍ଜାତୀୟ ସେବିକା ଦିବସ

ରୋଗୀଙ୍କୁ ନିଷ୍ଠାପର ଭାବେ ସ୍ବାସ୍ଥ୍ୟସେବା ଯୋଗାଇବା ହେଉଛି ପ୍ରକୃତ ମାନବ ଧର୍ମ। ଏହି ସେବା କାର୍ଯ୍ୟରେ ସେବିକାମାନଙ୍କ ଯୋଗଦାନ ଅତୁଳନୀୟ। ସମାଜରେ ସେବିକାମାନଙ୍କ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମେ ୧୨ତାରିଖରେ ଅନ୍ତର୍ଜାତୀୟ ସେବିକା ଦିବସ ବିଶ୍ୱସ୍ତରରେ ପାଳନ କରାଯାଉଛି। ଆଧୁନିକ ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟିଙ୍ଗଲ୍‌ଙ୍କ ଜନ୍ମଦିନରେ ଏହି ଦିବସ ପାଳିତ ହୁଏ। ୧୮୨୦, ମେ ୧୨ରେ ଫ୍ଲୋରେନ୍ସ ନାଇଟିଙ୍ଗଲ ଜନ୍ମ ଗ୍ରହଣ କରିଥିଲେ। ଇଟାଲୀର ଟସ୍କାନି ବାସିନ୍ଦା ଫ୍ଲୋରେନ୍ସ କ୍ରିମିଆ ଯୁଦ୍ଧବେଳେ ମହିଳାମାନଙ୍କୁ ତାଲିମ ଦେଇ ଯୁଦ୍ଧ କ୍ଷେତ୍ରରେ ସେବା କାମ କରିଥିଲେ। ସେ ଜଣେ ସାମାଜିକ ସଂସ୍କାରକ ଓ ପ୍ରଶିକ୍ଷକ ଥିଲେ। ନର୍ସିଂ କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ଏହି ଦିବସ ପାଳନ ଅବସରରେ ବିଶ୍ବବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ୧୯୬୫ରୁ ଜାତିସଂଘର ଅନୁମୋଦନରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ ହୋଇଆସୁଛି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories