ଆଜି ପ୍ରକାଶ ପାଇବ ସିବିଏସ୍ଇ ପରୀକ୍ଷା ଫଳ
ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ)ଦ୍ବାରା ପରିଚାଳିତ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ପୂର୍ବାହ୍ଣ ୧୦ଟାରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀ ସିବିଏସ୍ଇର ୱେବ୍ସାଇଟ୍ www.cbse.gov.in ଏବଂ www.cbseresults.nic.inକୁ ଲଗ୍ଇନ୍ କରି ପରୀକ୍ଷା ଫଳ ଦେଖିପାରିବେ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଉଭୟ ଦଶମ ଏବଂ ଦ୍ବାଦଶ ଶ୍ରେଣୀରେ ମୋଟ ୩୮ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସାରା ଦେଶ ଏବଂ ବିଦେଶରେ ସିବିଏସ୍ଇ ଦ୍ବାରା ଅନୁବନ୍ଧିତ ବିଦ୍ୟାଳୟଗୁଡ଼ିକରେ ଫେବୃଆରୀ ୧୫ରୁ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହୋଇଥିଲା।
Comments are closed.