ମହିଳା କନେଷ୍ଟବଳଙ୍କୁ ଆକ୍ରମଣ ଘଟଣା; ଜଣେ ଗିରଫ

0

ପୁରୀ: ଜଣେ ମହିଳା କନେଷ୍ଟବଳଙ୍କୁ ଆକ୍ରମଣ ଘଟଣାରେ ଟାଉନ ପୁଲିସ ଜଣଙ୍କୁ ଗିରଫ କରିଛି । ଶୁକ୍ରବାର ରାତିରେ ଶ୍ରୀମନ୍ଦିର ଆଡ଼କୁ ଏକ ନମ୍ବର ବିହୀନ କାର ଯାଉଥିବା ବେଳେ ମାର୍କେଟ ଛକ ଟ୍ରାଫିକ ପୋଷ୍ଟ ନିକଟରେ ଜଣେ ମହିଳା କନେଷ୍ଟବଳଙ୍କୁ ତାହାକୁ ଅଟକାଇଥିଲା । ଉକ୍ତ ଗାଡିରେ ଜଣେ ମହିଳା ଡାକ୍ତର ଏବଂ ତାଙ୍କ ଭାଇ ଥିଲେ । ଉଭୟ ଭାଇ ଓ ଭଉଣୀ ମହିଳା କନେଷ୍ଟବଳ ଜଣଙ୍କୁ ମାଡ ମାରିବା ସହ ତାଙ୍କ ପୋଷାକ ଜରି ଦେଇଥିଲେ । ଘଟରାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ସେମାନଙ୍କ କବଳରୁ ମହିଳା କନେଷ୍ଟବଳ ଉଦ୍ଧାର କରିଥିଲା। ନମ୍ବର ବିହୀନ ଗାଡିକୁ ପୁଲିସ ଜବତ କରିବା ଭାଇ ଭଉଣୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ମହିଳା କନେଷ୍ଟବଳ ଜଣଙ୍କ ଜିଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ଆଜି ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି ।

Leave A Reply