www.samajalive.in
Sunday, December 7, 2025
23.1 C
Bhubaneswar

ପଞ୍ଜାବର ମନ୍ତ୍ରୀ ତ୍ରିପତ ରାଜିନ୍ଦର ସିଂହ ବାଜୱା କରୋନା ସଂକ୍ରମିତ; ପ୍ରଥମେ ନେଗେଟିଭ୍‍ ଆସିଥିଲା ରିପୋର୍ଟ

ଚଣ୍ଡିଗଡ଼: ପଞ୍ଜାବର ଉଚ୍ଚଶିକ୍ଷା ମନ୍ତ୍ରୀ ତ୍ରିପତ ରାଜିନ୍ଦର ସିଂହ ବାଜୱା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପ୍ରଥମ ଥର ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ମଙ୍ଗଳବାର ତାଙ୍କ ଦ୍ୱିତୀୟ ଯାଞ୍ଚ ରିପୋର୍ଟ ପଜିଟିଭ ଆସିଛି। ଏହା ପୂର୍ବରୁ ପଞ୍ଜାବର ଅନେକ ଉଚ୍ଚ ଅଧିକାରୀ କରୋନା ସଂକ୍ରମିତ ହୋଇଥିଲେ, ମାତ୍ର ରାଜ୍ୟ ସରକାରଙ୍କ କୌଣସି ମନ୍ତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିବାରେ ଏହା ହେଉଛି ପ୍ରଥମ ଘଟଣା।ଏହାଦ୍ୱାରା ପଞ୍ଜାବ ସରକାରଙ୍କର ମଧ୍ୟ ଚିନ୍ତା ବଢିଯାଇଛି।

ସୂଚନା ଅନୁସାରେ, ବିଭାଗରେ ଉଚ୍ଚାଧିକାରୀଙ୍କ ସହ ମନ୍ତ୍ରୀଙ୍କ ବୈଠକ ପରେ ଜଣାପଡ଼ିଥିଲା ଯେ, ବୈଠକରେ ଉପସ୍ଥିତ ଥିବା ଜଣେ ଅଧିକାରୀ କରୋନା ପଜିଟିଭ। ଏହାପରେ ଗତ ଜୁଲାଇ ୧୦ ତାରିଖରେ କ୍ୟାବିନେଟ୍‍ ମନ୍ତ୍ରୀ ତ୍ରିପତ ବାଜୱା ନିଜ କରୋନା ପରୀକ୍ଷା କରାଇଥିଲେ। ହେଲେ ସେତେବେଳେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଏହି ସମୟରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବଲବୀର ସିଂହ ସିଦ୍ଧୁ ମଧ୍ୟ ତାଙ୍କ କରୋନା ଟେଷ୍ଟ କରାଇଥିଲେ ଓ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।

- Advertisement -

ତେବେ ଗତ କିଛିଦିନ ହେବ ତ୍ରିପତ ବାଜୱା ଅସୁସ୍ଥ ଅନୁଭବ କରିବାରୁ ଡାକ୍ତର ତାଙ୍କୁ ଆଉଥରେ କରୋନା ପରୀକ୍ଷା କରାଇବାକୁ କହିଥିଲେ। ଏହାପରେ ସେ ଦ୍ୱିତୀୟ ଥର ପରୀକ୍ଷା କରାଇବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ବାଜୱାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ ସନ୍ଧାନ କରାଯାଉଛି। ଅପର ପକ୍ଷରେ ବାଜୱାଙ୍କୁ ମୋହାଲୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories