www.samajalive.in
Monday, December 8, 2025
14.1 C
Bhubaneswar

ବାସନ୍ତୀ ପୁଲାଉ

ଆବଶ୍ୟକ ସାମଗ୍ରୀ
ବାସୁମତୀ ଚାଉଳ – ୧କପ
ଘିଅ – ଆବଶ୍ୟକ ପରିମାଣରେ
କିସମିସ – ୧୨ଟି
କାଜୁ – ୧୨ଟି
ଗୁଜୁରାତି – ୩ଟି
ଲବଙ୍ଗ – ୪ ରୁ ୫ଟି
ଡ଼ାଲଚିନି – ଛୋଟ ଖଣ୍ଡ
ତେଜପତ୍ର – ୧ଟି
ପାଣି – ୨କପ
ଚିନି – ୩ ଚାମଚ
କେସର – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଲୁଣ – ସାମାନ୍ୟ
ବାଦାମ ପିସ୍ତା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚାଉଳକୁ ଧୋଇ ଏହାକୁ ୩୦ ମିନିଟ ବତୁରାଇ ରଖନ୍ତୁ। ୩୦ ମିନିଟ ପରେ ଚାଉଳରୁ ପାଣି ଛାଣି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଏଥିରେ ଘିଅ ଗରମ କରନ୍ତୁ। ଏବେ ଏଥିରେ କାଜୁ ଓ କିସମିସ ପକାଇ ଭାଜନ୍ତୁ। ଭାଜିବା ପରେ ଡ଼ାଲଚିନି, ଲବଙ୍ଗ, ଗୁଜୁରାତି, ତେଜପତ୍ର ପକାଇ ପୁଣି ଭାଜନ୍ତୁ। ଏବେ ଏଥିରେ ବତୁରାଇଥିବା ଚାଉଳକୁ ପକାଇ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ସାମାନ୍ୟ ଲୁଣ, ଚିନି,କେସର, ଅଳ୍ପ ହଳଦୀ, ପାଣି ପକାଇ ପୁଣି ଭଲ ଭାବେ ଗୋଳାଇ ୧୫ ମିନିଟ ଗ୍ୟାସରେ ବସାନ୍ତୁ। ୧୫ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢି ଏହାଉପରେ ବାଦାମ ପିସ୍ତା ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବାସନ୍ତୀ ପୁଲାଉ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories