www.samajalive.in
Sunday, December 7, 2025
14.1 C
Bhubaneswar

ନବୀନ ନିବାସ ସମ୍ମୁଖରେ ବିଜେପି ନେତାଙ୍କ ଧାରଣା

ଭୁବନେଶ୍ବର : ବିଜେପି ପ୍ରାର୍ଥୀ ଡା. ଭୂଦାନ ମୁର୍ମୁ ସରକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି। ୬ ମାସ ତଳୁ ସେ ତାଙ୍କ ଇସ୍ତଫା ପତ୍ର ସରକାରଙ୍କ ନିକଟକୁ ପଠାଇଛନ୍ତି। କିନ୍ତୁ ରାଜ୍ୟ ସରକାର ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରୁ ନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହାର ପ୍ରତିବାଦରେ ବିଜେପିର କେତେ ଜଣ ବରିଷ୍ଠ ନେତା ବୁଧବାର ଦିନ ନବୀନ ନିବାସ ସମ୍ମୁଖରେ ଧାରଣା ଦେଇଛନ୍ତି। ଡା. ମୁର୍ମୁଙ୍କୁ ବିଜେପି ସାରସକଣା ଆସନରୁ ପ୍ରାର୍ଥୀ କରିଛି। ସରକାର ତାଙ୍କ ଇସ୍ତଫା ପତ୍ର ଗ୍ରହଣ ନ କଲେ ସେ ନିର୍ବାଚନ ଲଢିପାରିବେ ନାହିଁ। ତେଣୁ ସରକାର ତୁରନ୍ତ ଡା. ମୁର୍ମୁଙ୍କ ଇସ୍ତଫା ପତ୍ର ଗ୍ରହଣ କରିବାକୁ ଧାରଣାରେ ବସିଥିବା ବିଜେପିର ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ଓ ଉପସଭାପତି ସମୀର ମହାନ୍ତି ଦାବି କରିଛନ୍ତି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories