www.samajalive.in
Sunday, December 7, 2025
26.1 C
Bhubaneswar

ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫ ଘଟଣାକୁ କନ୍ଧମାଳ ପ୍ରେସ୍‍ କ୍ଲବର ନିନ୍ଦା

ଫୁଲବାଣୀ: ବରିଷ୍ଠ ସାମ୍ବାଦିକ ତଥା ନ୍ୟୁଜ୍‌ ଚ୍ୟାନେଲ ବଡ଼ ଖବରର ମୁଖ୍ୟ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ ଘଟଣାକୁ ତୀବ୍ରଭାବେ ନିନ୍ଦା କରିଛି କନ୍ଧମାଳ ଜିଲା ପ୍ରେସ୍‍ କ୍ଲବ। ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିଛି କ୍ଲବ୍। ଫୁଲବାଣୀ ପ୍ରେସ୍‍ କ୍ଲବଠାରେ ସଭାପତି ସୁନିଲ୍‍ ପଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ବରିଷ୍ଠ ସାମ୍ବାଦିକ ଡ଼.ଅରୁପ କୁମାର ଜେନା, କାର୍ଯ୍ୟକାରୀ ସଭାପତି ଅଶୋକ ପରିଡ଼ା, ଉସଭାପତି ସତ୍ୟ ନାରାୟଣ ବେହେରା, ବରିଷ୍ଠ ସାମ୍ବାଦିକ ତ୍ରିନାଥ ସାହୁ, ସଦାଶିବ୍‍ ପାତ୍ର, ସନ୍ତୋଷ ଦିଗାଲ, ପ୍ରଶାନ୍ତ ଜେନା, ସୂର୍ଯ୍ୟ ନାରାୟଣ ବେହେରା, ଆଦିତ୍ୟ ତ୍ରିପାଠୀ, ବାପି ପଟନାୟକ, ରମେଶ ପ୍ରଧାନ, ରଂଜନ ଦାସ, ଶିବ ବିଶ୍ୱାଳ, ବ୍ରଜ ମୋହନ ନାୟକ, ଖିରୋଦ ସାହାଣୀଙ୍କ ସମେତ ବହୁ ସାମ୍ବାଦିକ ଯୋଗଦେଇ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ତୁରନ୍ତ ତାଙ୍କ ଖଲାସ ପାଇଁ ଦାବି କରିଥିଲେ।

ବିଶେଷ କରି ରାଜ୍ୟ ସରକାରଙ୍କ ଦୁର୍ନୀତି, ଅନିୟମିତତା ସମ୍ପର୍କିତ ଖବର ନିର୍ଭୀକ ଭାବେ ନିୟମିତ ପରିବେଷଣ କରି ଲୋକ ଲୋଚନକୁ ଆଣୁଥିବା ଫଳରେ ଆକ୍ରୋଶମୂଳକ ଭାବେ କୌଣସି ସୁଯୋଗ ନଦେଇ ତାଙ୍କ ବିରୋଧରେ ହୋଇଥିବା ଏକ ଅଭିଯୋଗାର ସଠିକ୍‍ ଭାବେ ତଦନ୍ତ କରି ଅନ୍ୟାୟ ଭାବେ ଗିରଫ କରାଯାଇଥିବା ଅଭିଯୋଗ କରି ସାମ୍ବାଦିକମାନେ ତ୍ରୀବ ବିରୋଧ କରିଥିଲେ। ତୁରନ୍ତ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ ନକରିଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି। ଆଜି ଏହି ସଭାରେ ଖବର ସଂଗ୍ରହ ପାଇଁ ଯାଉଥିବା ବରିଷ୍ଠ ଫୋଟ ଗ୍ରାଫର ଅଶୋକ ପଣ୍ଡାଙ୍କ ଦୁର୍ଘଟଣାରେ ହୋଇଥିବା ଦେହାନ୍ତକୁ ନେଇ ମଧ୍ୟ ଶୋକ ପ୍ରକାଶ କରାଯିବା ସହିତ ଏନେଇ ଏକ ମିନିଟ୍‍ ନିରବ ପ୍ରାର୍ଥନା କରାଯାଇଥିଲା।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories