ଝାରସୁଗୁଡ଼ାଠାରେ ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠା ସଂପର୍କରେ ସମୀକ୍ଷା ବୈଠକ

ଭୁବନେଶ୍ୱର: ଆଜି ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଓ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜ କୁମାର ଶର୍ମାଙ୍କ ଉପସ୍ଥିତରେ ଝାରସୁଗୁଡ଼ାଠାରେ ପ୍ରସ୍ତାବିତ ୧୦୦ ଆସନ ବିଶିଷ୍ଟ ଶ୍ରୀ ଶ୍ରୀ ରବିଶଙ୍କର ମେଡିକାଲ କଲେଜ ଓ ୱେଲ୍‌ନେସ୍‌ କ୍ୟାମ୍ପସ୍‌ ପ୍ରତିଷ୍ଠା ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରୀ ଓ ଘରୋଇ ସହଭାଗିତାରେ ପ୍ରତିଷ୍ଠା ହେବାକୁ ଥିବା ଏହି ମେଡିକାଲ କଲେଜ ପାଇଁ ଖୁବ୍‌ଶୀଘ୍ର ବିସ୍ତୃତ ପ୍ରକଳ୍ପ ବିବରଣୀ (ଡିପିଆର୍‌) ଉପସ୍ଥାପନ କରାଯିବ। ପରବର୍ତ୍ତୀ ସମୟରେ ଡିଏମ୍‌ଇଟିଙ୍କ ଅନୁମୋଦନ ପରେ ସରକାରୀ ସ୍ତରରେ ଏଥିପାଇଁ ନିଷ୍ପତ୍ତି ଗ୍ରହଣ କରାଯିବ।

prayash

ପ୍ରାୟ ୫୦ ଏକର ଜମିରେ ପ୍ରସ୍ତାବିତୱେଲ୍‌ନେସ୍‌ ସେଣ୍ଟର ମଧ୍ୟରେ ଆୟୁର୍ବେଦ, ନେଚୁରୋପାଥି, ଯୋଗ, ପଞ୍ଚକର୍ମ ଓ ମାନସିକ ସ୍ୱାସ୍ଥ୍ୟ ଭଳି ବିଭିନ୍ନ ସୁବିଧା ରହିବ। ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଏଭଳି ବ୍ୟବସ୍ଥା ନିଶ୍ଚିତ ଭାବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ। ବୈଠକର ଆଲୋଚନା ଅନୁସାରେ ମେଡିକାଲ କଲେଜ ଓୱେଲ୍‌ନେସ୍‌ ସେଣ୍ଟର ଅଲଗା ସ୍ଥାନରେ ନିର୍ମାଣ କରାଯିବ। ୧୦୦ ଆସନ ବିଶିଷ୍ଟ ମେଡିକାଲ କଲେଜରେ କ୍ଲିନିକାଲ ସୁବିଧା ସହ ଏଠାରେ ଡାକ୍ତରୀ ପାଠ ପଢ଼ିବାକୁ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମେଡିକାଲ ପାଠ୍ୟକ୍ରମର ବ୍ୟବସ୍ଥା ରହିବ।
ଏହି ବୈଠକରେ ଡିଏମ୍‌ଇଟି, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ, ଆୟୁଷ ନିର୍ଦ୍ଦେଶକ ଉପସ୍ଥିତ ଥିବାବେଳେ ପ୍ରସ୍ତାବିତ ମେଡିକାଲ କଲେଜ ପକ୍ଷରୁ ଅଶୋକ ଗାନ୍ଧୀ, ପୱନ୍‌ ସୁଲତାନିଆଙ୍କ ସହ ଏକ ପ୍ରତିନିଧି ମଣ୍ଡଳୀ ବୈଠକରେ ଅଂଶଗ୍ରହଣ କରିଥିଲେ।

kalyan agarbati

Comments are closed.