ଯଯାତି କେଶରୀଙ୍କ ନାମରେ ଯାଜପୁର ମେଡିକାଲ କଲେଜ, ୨୦୨୪ରୁ କାର୍ଯ୍ୟକ୍ଷମ

ଡେସ୍କ : ଯାଜପୁର ସରକାରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ୨୦୨୪ରୁ କାର୍ଯ୍ୟକ୍ଷମ ହେବ। ପ୍ରସିଦ୍ଧ ସୋମବଂଶୀ ରାଜା ଯଯାତି କେଶରୀଙ୍କ ନାମରେ ଏହି ସରକାରୀ ମେଡିକାଲ କଲେଜର ନାମକରଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

୪୬ ଏକର ପରିମିତ ଜାଗାରେ ୫୨୬.୨୧ କୋଟି ଟଙ୍କା ବ୍ୟୟରେ ଏହି ମେଡିକାଲ କଲେଜ ନିର୍ମାଣ କରାଯାଉଛି। ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ମେଡିକାଲ୍ କଲେଜରେ ୧୦୦ ଏମବିବିଏସ ଛାତ୍ର ନାମ ଲେଖାଇବା ପାଇଁ ଅନୁମତି ଦେବାକୁ ଜାତୀୟ ମେଡିକାଲ କମିଶନ (ଏନଏମସି)ଙ୍କ ନିକଟରେ ରାଜ୍ୟ ସରକାର ଆବେଦନ କରିବାକୁ ସ୍ଥିର କରିଛନ୍ତି ।

ଏହି ଅନୁଷ୍ଠାନ କାର୍ଯ୍ୟକ୍ଷମ ହେଲେ ଓଡିଶାର ମୋଟ ସରକାରୀ ମେଡିକାଲ କଲେଜ ଏବଂ ଡାକ୍ତରଖାନା ସଂଖ୍ୟା ୧୨କୁ ବୃଦ୍ଧି ପାଇବ ଏବଂ ପ୍ରତିବର୍ଷ ୧୬୫୦ ଏମବିବିଏସ ଛାତ୍ର ପାଠ ପଢି ପାରିବେ।

Comments are closed.