www.samajalive.in
Monday, December 15, 2025
24.1 C
Bhubaneswar

ମୋଦୀଙ୍କୁ ପ୍ରିୟଙ୍କାଙ୍କ ପ୍ରଶ୍ନ: ୨୦ବର୍ଷରେ ବିହାର ପାଇଁ ଏନ୍‌ଡିଏ କ’ଣ କରିଛି

ପାଟନା: ଗତ ୨୦ବର୍ଷର ଶାସନ କାଳରେ ଏନଡିଏ ସରକାର ବିହାର ପାଇଁ କ’ଣ କରିଛି ତା’ର ଜବାବ ଦେବା ଲାଗି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି। ସୋମବାର ବିହାରର ସୋନବର୍ଷାରେ ନିର୍ବାଚନ ରାଲିକୁ ସମ୍ବୋଧନ କାଳରେ ପ୍ରିୟଙ୍କା କହିଥିଲେ ଯେ ବିହାର ନିର୍ବାଚନ ପାଇଁ ଏନଡିଏର ଇସ୍ତାହାର ପ୍ରକାଶ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗତ ୨୦ବର୍ଷରେ ରାଜ୍ୟ ପାଇଁ କ’ଣ କରିଛନ୍ତି ତା’ର ହିସାବ ଦେବା ଦରକାର। ସେ କହିଥିଲେ ଯେ ନୀତୀଶ କୁମାର ବିହାର ସରକାରକୁ ଚଳାଉ ନାହାନ୍ତି। ବିହାର ସରକାର ଦିଲ୍ଲୀରୁ ରିମୋଟ୍‌ କ‌େଣ୍ଟ୍ରାଲ ଦ୍ବାରା ପରିଚାଳିତ ହେଉଛି। ଏନଡିଏ ସରକାର ବିହାରବାସୀଙ୍କ ମତଦାନ ଭଳି ସାମ୍ବିଧାନିକ ଅଧିକାରକୁ ଛିନ୍ନ କରିନେଇଛି। ବିହାର ଯୁବକମାନେ ଯାଇ ଅନ୍ୟ ରାଜ୍ୟରେ କାମ କରୁଛନ୍ତି। ତାଙ୍କ ପାଇଁ ରାଜ୍ୟରେ କୌଣସି କର୍ମନିଯୁକ୍ତି ନାହିଁ। ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଥିବା ପ୍ରମୁଖ ପିଏସ୍‌ୟୁଗୁଡିକ ବଡ ବଡ କୋଟିପତିଙ୍କୁ ହସ୍ତାନ୍ତର କରିଦିଆଯାଇଛି। ପ୍ରିୟଙ୍କା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସବୁବେଳେ କହୁଛନ୍ତି ବିରୋଧୀ ଦଳର ନେତାମାନେ ଦେଶକୁ ଓ ବିହାରକୁ ଅପମାନିତ କରୁଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ଅପମାନ ମନ୍ତ୍ରଣାଳୟ ଖୋଲିବା ଦରକାର।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories