www.samajalive.in
Monday, December 15, 2025
24.1 C
Bhubaneswar

ପ୍ରଧାନମନ୍ତ୍ରୀ ବିଦେଶ ଯାଇପାରିବେ, କିନ୍ତୁ ଦିଲ୍ଲୀରେ ବସିଥିବା ଚାଷୀଙ୍କୁ ଭେଟି ପାରିବେନି: ପ୍ରିୟଙ୍କା

ବିଜନୌର: ଉତ୍ତରପ୍ରଦେଶରେ କଂଗ୍ରେସ ନିଜ ସ୍ଥିତି ଦୃଢ଼ କରିବା ଲାଗି ପୂରା ଜୋର୍‌ ଲଗାଇ ଦେଇଛି। ଆଗାମୀ ୨୦୨୨ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଜି ସେ ବିଜନୌରରେ କୃଷକ ମହାସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ କରିପାରିବେ, କିନ୍ତୁ ଦିଲ୍ଲୀ ସୀମାନ୍ତ ରାସ୍ତାରେ ଅଢ଼େଇମାସ ଧରି ବସିଥିବା ଚାଷୀଙ୍କୁ ଭେଟି ପାରିବେ ନାହିଁ।

ଏହି ଅବସରରେ ପ୍ରିୟଙ୍କା ବିଜେପିକୁ କଟୁ ସମାଲୋଚନା କରି ମୋଦୀ ସରକାରରେ କୃଷକଙ୍କ ଆୟ ଦୁଇଗୁଣା ହେଲା କି ବୋଲି ପ୍ରଶ୍ନ କରିଥିଲେ। ସରକାରଙ୍କୁ ଟାର୍ଗେଟ କରି ପ୍ରିୟଙ୍କା କହିଥିଲେ, ଆପଣ ଚାଷୀଙ୍କ ଭଲ ପାଇଁ ଆଇନ ଆଣିଛନ୍ତି ବୋଲି ମାନୁଛୁ, ମାତ୍ର ଯେତେବେଳେ ସେମାନେ ଚାହୁଁନାହାନ୍ତି, ତେବେ ଆଇନକୁ ପ୍ରତ୍ୟାହାର କରିନିଅନ୍ତୁ।

- Advertisement -

ପ୍ରିୟଙ୍କା ଚାଷୀମାନଙ୍କ ସହିତ କଥା ହୋଇ କହିଥିଲେ, ଜନସାଧାରଣ ମୋଦୀଙ୍କୁ ଦୁଇ ଦୁଇ ଥର କ’ଣ ପାଇଁ ପ୍ରଧାନମନ୍ତ୍ରୀ କଲେ। ଲୋକଙ୍କ ମନରେ ଭରସା ଥିବ ଯେ ସେ ଆପଣମାନଙ୍କ ପାଇଁ କାମ କରିବେ। ପ୍ରଥମ ଥର ମୋଦୀ ସରକାର ଆସିବା ପରେ ବଡ଼ ବଡ଼ କଥା ଶୁଣିବାକୁ ମିଳିଲା। ୨୦୧୭ରୁ ଏଠାରେ ଆଖୁର ମୂଲ୍ୟ ବୃଦ୍ଧି ପାଇନାହିଁ। ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ସେମାନଙ୍କ ବକେୟା ଅର୍ଥ ଦେଇନାହାନ୍ତି, କିନ୍ତୁ ନିଜ ପାଇଁ ୧୬ ହଜାର କୋଟି ଟଙ୍କାର ଉଡ଼ାଜାହାଜ କିଣିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା, ଚୀନ ଏବଂ ପାକିସ୍ତାନ ଯାଇପାରିବେ, କିନ୍ତୁ ଦିଲ୍ଲୀରେ ବସିଥିବା କୃଷକମାନଙ୍କୁ ଭେଟି ପାରିବେ ନାହିଁ। ପ୍ରଧାନମନ୍ତ୍ରୀ କୃଷକମାନଙ୍କ ମଜାକ୍‌ ଉଡ଼ାଇଛନ୍ତି ଏବଂ ସେମାନଙ୍କୁ ଆନ୍ଦୋଳନଜୀବୀ ଓ ପରଜୀବୀ ବୋଲି ଦର୍ଶାଇଛନ୍ତି। ମୋଦୀ ଦେଶଭକ୍ତ ଏବଂ ଦେଶଦ୍ରୋହୀ ମଧ୍ୟରେ ବିଭେଦ ଜାଣିପାରିଲେ ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories