www.samajalive.in
Monday, December 15, 2025
15.1 C
Bhubaneswar

ଇଂଲଣ୍ଡକୁ ୪୮୨ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

ଚେନ୍ନାଇ: ଏଠାରେ ଚାଲିଥିବା ୨ୟ ଟେଷ୍ଟରେ ଭ୍ରମଣକାରୀ ଦଳକୁ ୪୮୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଟିମ୍‌ ଇଣ୍ଡିଆ। ରବିଚନ୍ଦ୍ରନ ଅଶ୍ଵିନଙ୍କ ଦମ୍‌ଦାର ଶତକ ବଳରେ ଭାରତ ୨ୟ ଇନିଂସରେ ୨୮୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଫଳରେ ପ୍ରଥମ ଇନିଂସର ୧୯୫ ରନ୍‌ର ଲିଡ୍‌କୁ ମିଶାଇ ଭାରତର ସ୍କୋର ୪୮୧ ହୋଇଛି। ଇଂଲଣ୍ଡକୁ ଏହି ମ୍ୟାଚରେ ବିଜୟୀ ହେବାକୁ ହେଲେ ୪୮୨ ରନ୍‌ ଦରକାର।

ତେବେ ଇଂଲଣ୍ଡ ୨ୟ ଇନିଂସ ଖେଳ ଆରମ୍ଭ କରିଥିବାବେଳେ ୧୧ ଓଭରରେ ୧ ଉଇକେଟ୍‌ ବିନିମୟରେ ୩୩ ରନ୍‌ ସଂଗ୍ରହ କରିନେଇଛି। ଓପନର ଡୋମିନିକ୍‌ ସିବ୍‌ଲି ୩ ରନ୍‌ କରି ଆଉଟ୍‌ ହୋଇଯାଇଛନ୍ତି। ରରି ବର୍ନ୍ସ ଏବଂ ଡାନିଏଲ ଲରେନ୍ସ ଯଥାକ୍ରମେ ୨୨ ଓ ୪ ରନ୍‌ କରି ଅପରାଜିତ ରହିଛନ୍ତି।

- Advertisement -

ଭାରତ ପ୍ରଥମ ଇନିଂରେ ୩୨୯ ରନ୍‌ କରିଥିଲା। ରୋହିତ ଶର୍ମାଙ୍କ ଶତକ ବଳରେ ଦଳ ୩୦୦ ରନ୍‌ ଅତିକ୍ରମ କରିପାରିଥିଲା। ଜବାବରେ ଇଲଂଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହିତ ମାତ୍ର ୧୩୪ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଭାରତ ଏହାର ୨ୟ ଇନିଂସରେ ବ୍ୟାଟିଂ ବିଫଳତାର ଶିକାର ହୋଇଥିଲେ ହେଁ ଅଶ୍ଵିନଙ୍କ ଧୈର୍ଯ୍ୟପୂର୍ଣ୍ଣ ୧୦୬ ରନ୍‌ ଏବଂ ଅଧିନାୟକ ବିରାଟ କୋହଲିଙ୍କ ୬୨ ରନ୍‌ ବଳରେ ୨୮୬ ରନ୍‌ କରିବାରେ ସଫଳ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ମୋଇନ ଅଲୀ ଏବଂ ଜ୍ୟାକ୍‌ ଲିଚ୍‌ ୪ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories