www.samajalive.in
Sunday, December 14, 2025
26.1 C
Bhubaneswar

ମାର୍ଚ୍ଚ ୮ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ମୋ ନିଖୋଜ ପୋଷ୍ଟର ଲଗାଇବାକୁ ଭୁବନେଶ୍ବର ସାଂସଦଙ୍କ ଆହ୍ବାନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନିଖୋଜ ପୋଷ୍ଟର ଲଗାଯିବା ଘଟଣାରେ ସେ ପ୍ରତିକ୍ରିୟା ରଖିଛନ୍ତି। ଭୁବନେଶ୍ବର ପହଞ୍ଚିବା ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଭୁବନେଶ୍ୱରରେ ପୋଷ୍ଟର ଲଗାଇବା ସମୟରେ ସେ ସଂସଦରେ ଉପସ୍ଥିତ ଥିଲେ। ଜାନୁଆରୀ ୨୯ରୁ ଫେବୃଆରୀ ୧୩ ବଜେଟ୍ ଅଧିବେଶନ ଥିବାରୁ ସେ ସଂସଦରେ ଉପସ୍ଥିତ ଥିବା ବେଳେ ପୋଷ୍ଟର ଲାଗିବା କଥା ଜାଣିବାକୁ ପାଇଥିଲେ। ଯେଉଁମାନେ ପୋଷ୍ଟର ଲଗାଇଛନ୍ତି ସେମାନେ ମୋର ଶୁଭେଚ୍ଛୁ, ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ସଂସଦ ଅଧିବେଶନ ଯୋଗୁ ଦିଲ୍ଲୀରେ ଥିବାରୁ ଏହାର ଭୁବନେଶ୍ବର ଆସି ଏହାର ଉତ୍ତର ଦେଇ ପାରିନଥିଲି। ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ପାଇଁ ମାର୍ଚ୍ଚ ୮ରୁ ଏପ୍ରିଲ୍‌ ୮ ପର୍ଯ୍ୟନ୍ତ ସଂସଦରେ ରହିବି। ସେଠାରେ ମୋତେ କହିବାକୁ ପଡ଼ିବ, ଏହା ମୋ ଦାୟିତ୍ବ। ତେବେ ମାର୍ଚ୍ଚ ୮ରୁ ଏପ୍ରିଲ୍‌ ୮ ପର୍ଯ୍ୟନ୍ତ ମୁଁ ଦିଲ୍ଲୀରେ ଥିବାବେଳେ ମୋର ନିଖୋଜ ପୋଷ୍ଟର ଲଗାନ୍ତୁ। ଯେଉଁମାନେ ତାଙ୍କର ନିଖୋଜ ପୋଷ୍ଟର ମାରିଥିଲେ, ଏହି ସମୟରେ ଆହୁରି ଅଧିକ ପୋଷ୍ଟର ଲଗାନ୍ତୁ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ଆହ୍ବାନ ଦେଇଛନ୍ତି।


ଏଠାରେ ସୂଚନା ଯୋଗ୍ୟରେ ଶ୍ରୀଲିଙ୍ଗରାଜ ସମେତ ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ବର ମନ୍ଦିର ନ୍ୟାସ୍‌ନାଲ୍‌ ମନୁମେଣ୍ଟ ଅଥରିଟି(ଆଇଏମ୍‌ଏ) ପକ୍ଷରୁ ଜାରି କରାଯାଇଥିବା ବାଇ-ଲ ପ୍ରତ୍ୟାହାର ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗି କାହିଁକି ଚୁପ ରହିଛନ୍ତି ବୋଲି କହି ତାଙ୍କର ନିଖୋଜ ପୋଷ୍ଟର ରାଜଧାନୀର ବିଭିନ୍ନ ସ୍ଥାନରେ ଲଗାଯାଇଥିଲା। ଏହି ପୋଷ୍ଟରରେ ଲେଖାଯାଇଥିଲା ଯେ ‘‘ଏକାମ୍ରକ୍ଷେତ୍ର ଉପରେ ପ୍ରସ୍ତାବିତ ବାଇ-ଲ’ ଏ ଯାବତ ପ୍ରତ୍ୟାହାର ହୋଇନି। ଓଡ଼ିଶାର ପ୍ରମୁଖ ଐତିହ୍ୟସ୍ଥଳର ଅସ୍ଥିତ୍ବକୁ ଧ୍ବଂଶ କରିବାକୁ ଚାଲିଛି କେନ୍ଦ୍ର ସରକାରଙ୍କ ସୁଚିନ୍ତିତ ଷଡ଼ଯନ୍ତ୍ର। କାହିଁକି ଏ ବିଷୟରେ ପଦୁଟିଏ ବି କହୁନାହାନ୍ତି ଭୁବନେଶ୍ବର ସାଂସଦ? କେଉଁଠି ଲୁଚିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ’’। ରାଜଧାନୀର ବିଭିନ୍ନ ସ୍ଥାନରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଏଭଳି ଲେଖାଥିବା ପୋଷ୍ଟରମାନ ମରାଯାଇଥିବା ଦେଖିବାକୁ ମିଳିଥିଲା।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories