www.samajalive.in
Sunday, December 14, 2025
23.1 C
Bhubaneswar

ସୁଆର ସେବକଙ୍କ ମାଡରେ ଯାତ୍ରୀ ସହାୟକ ଆହତ, ସିଂହଦ୍ୱାର ଥାନାରେ ସେବକ ଅଟକ

ପୂରୀ:ସୁଆର ସେବକଙ୍କ ମାଡରେ ଯାତ୍ରୀ ସହାୟକ ଆହତ ହୋଇଥିବାବେଳେ ସିଂହଦ୍ୱାର ଥାନାରେ ସେବକ ଅଟକ ରଖାଯାଇଛି। ଆହତ ଯାତ୍ରୀ ସହାୟକ ଦାମୋଦର ଗୋଛିକାର ଚିକିତ୍ସା ପାଇଁ ଜିଲା ସଦର ହସ୍‌ପିଟାଲ୍‌ରେ ଭର୍ତି ହୋଇଛନ୍ତି।
ଜଣେ ଯାତ୍ରୀ ସହାୟକ ଓ ଜଣେ ସୁଆର ସେବାୟତଙ୍କ ମଧ୍ୟରେ ମାରପିଟ୍‌ ଯୋଗୁଁ ଘଟିଛି ଏମିତି ଏକ ଘଟଣା। ସିଂହଦ୍ବାରା ଥାନା ପୁଲିସ ପକ୍ଷରୁ ସେବକଙ୍କ ବିରୁଦ୍ଧରେ ମୋକଦ୍ଧମା ରୁଜୁକରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ଜଣେ ଯାତ୍ରୀ ସହାୟକ ଓ ଜଣେ ସୁଆର ସେବାୟତଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଏହି ଘଟଣାରେ ଯାତ୍ରୀ ସହାୟକ ଆହତ ହୋଇଛନ୍ତି। ତାଙ୍କ ନାମ ଦାମୋଦର ଗୋଚ୍ଛିକାର। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଚିକିତ୍ସା ପରେ ତାଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି। ସୁଆର ସେବାୟତ ରାମକୃଷ୍ଣ ଖୁଣ୍ଟିଆ କୁଡୁଆ ନେଇ ମନ୍ଦିରକୁ ଯାଉଥିବା ସମୟରେ ଯାତ୍ରୀ ସହାୟକ ଦାମୋଦର ଗୋଚ୍ଛିକାରଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ ରାମକୃଷ୍ଣ କୁଡ଼ୁଆରେ ଦାମୋଦରଙ୍କ ମୁଣ୍ଡକୁ ଛେଚି ଦେଇଥିବା ଅଭିଯୋଗ ହୋଇଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories